ରାତିରେ ଗଡ଼ିଲା ନନ୍ଦିଘୋଷ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ।ଅହେତୁକ ବିଳମ୍ବରେ ଗଡ଼ିଲା ନନ୍ଦିଘୋଷ ରଥ । ରାତି ୭ଟା ୪୫ ମିନିଟରେ ଟଣାଗଲା ଶ୍ରୀଜଗନ୍ନାଥଙ୍କ ରଥ । ତେବେ ଅଳ୍ପ ଟଣା ଯିବା ପରେ ରଥ ଟଣା ବନ୍ଦ ରହିଛି । ବଳଗଣ୍ଡି ଛକରେ ତାଳଧ୍ବଜ ରଥ ଅଟକିଥିବା ବେଳେ ଟାଉନ୍ ଥାନା ମରିଚିକୋଟରେ ଅଟକିଲା ଦର୍ପଦଳନ ।

ଅନ୍ୟପଟେ  ଆସନ୍ତାକାଲି ସକାଳ ୯ଟାରେ ପୁଣି ରଥଟଣା ଯିବ ବୋଲି ସୂଚନା ଦିଆଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ରଥ କର୍ଡନରେ ଅଧିକ ଭକ୍ତ ରହିଯିବା ଯୋଗୁଁ ରଥଟଣାରେ ବିଳମ୍ବ ହୋଇଥିଲା ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *