ସ୍ୱର୍ଗତଃ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ବଡ଼ ଭାଇ ତଥା ସୁପର୍କ୍ଲାସ ଠିକାଦାର ବ୍ରଜକିଶୋର ଦାସଙ୍କ ଘରେ ଶୁକ୍ରବାର ସକାଳୁ ଆଇଟି ରେଡ୍ ହୋଇଛି । ସେ ଆୟକର ଫାଙ୍କିବା ଅଭିଯୋଗରେ ଭୁବନେଶ୍ୱର ଓ ଛତିଶଗଡ଼ ଆୟକର ଟିମ୍ର ମିଳିତ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ୧୦ଟି ଗାଡିରେ ଆୟକର ବିଭାଗର ଅଧିକାରୀମାନେ ଆଜି ସକାଳ ୬ଟାରୁ ବ୍ରଜଙ୍କ ସମ୍ବଲପୁର ଘରେ ଯାଞ୍ଚ କରୁଥିବା ଜଣାପଡିଛି । କାହିଁକି ଓ କେଉଁ ଲିଙ୍କ୍ରେ ଚଢ଼ାଉ ଚାଲିଛି କାରଣ ସ୍ପଷ୍ଟ ଜଣାପଡ଼ିନି । ୪ ବର୍ଷ ପୂର୍ବରୁ ମଧ୍ୟ ବ୍ରଜଙ୍କ ଘରେ ଆଇଟି ରେଡ ହୋଇଥିଲା । ଏହା ଦ୍ୱିତୀୟଥର ରେଡ ହେଉଛି । Post navigation ସ୍କିମାଟିକ୍ କନିଷ୍ଠ ଶିକ୍ଷକମାନଙ୍କର ମାସିକ ପାରିଶ୍ରମିକ ବୃଦ୍ଧି କଲେ ରାଜ୍ୟ ସରକାର ନିଜର ସମ୍ପତ୍ତି ତାଲିକା ଦେବେ ଶ୍ରୀମନ୍ଦିର କର୍ମଚାରୀ ଓ ଅଧିକାରୀ