ଓଲିଉଡ୍ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗକୁ ନେଇ ବିବାଦ ନିଆଁ ହୁତୁହୁତୁ ହୋଇ ଜଳୁଛି । ହ୍ୟୁମାନଙ୍କ ମୃତ୍ୟୁ ପାଇଁ ତାଙ୍କ ମା’ ମ୍ୟାନେଜରଙ୍କ ନାଁ ସହ ଜଣେ ମହିଳା ଗାୟିକାଙ୍କ ନାଁ ମଧ୍ୟ ନେଇଛନ୍ତି । ଅନ୍ୟପକ୍ଷେ ମ୍ୟାନେଜର ତାଙ୍କ ମା’ ଏବଂ ପରିବାରକୁ ହ୍ୟୁମାନଙ୍କ ମୃତ୍ୟୁର କାରଣ କହିଛନ୍ତି । ଏହି ବିବାଦ ମଧ୍ୟରେ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ହ୍ୟୁମାନ ସାଗର ବହୁତ ସରଳ, ତାଙ୍କୁ ଇମୋସନାଲ୍ ଟ୍ରାପ୍ କରାଯାଉଥିଲା । ବାରମ୍ବାର ସ୍ତ୍ରୀ ଓ ଝିଅକୁ ଦେଖା କରିବାକୁ ଚାହୁଁଥିଲେ ହ୍ୟୁମାନ । କିନ୍ତୁ ତାଙ୍କୁ ବାରମ୍ବାର ଅଟକା ଯାଉଥିଲା । ଝିଅକୁ ଦେଖା କରିବାକୁ କିଏ ଅଟକାଉଥିଲା ତାହାର ତଦନ୍ତ କରାଯାଉ । ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ କରାଗଲେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସେ କହିଛନ୍ତି । ସେ ପୁଣି କହିଛନ୍ତି ଯେ, ଗୋଟିଏ ବୋଲି ପୁଅକୁ ହରାଇ ମାନସିକ ଭାରସାମ୍ୟ ହରାଇଛନ୍ତି ମାଆ । ହ୍ୟୁମାନଙ୍କ ମା’କୁ ଗାଳିଗୁଲଜ କରିବା ଠିକ୍ ନୁହେଁ । ଅନ୍ୟପକ୍ଷେ, ସେକହିଛନ୍ତି ସୋସିଆଲ ମିଡିଆ ଟ୍ରୋଲ୍କୁ ବହୁତ ଡରୁଥିଲେ ହ୍ୟୁମାନ । ହ୍ୟୁମାନ ଅସୁସ୍ଥ ଅବସ୍ଥାରେ ଷ୍ଟେଜ୍ ସୋ’ କରୁଥିବା ନେଇ ବିଭିନ୍ନ ଭିଡିଓ ଭାଇରାଲ୍ ହେଉଛି । Post navigation Low-Pressure: ସୃଷ୍ଟି ହେଲା ଲଘୁଚାପ, ୨୪ ରେ ଅବପାତ