ସମ୍ବଲପୁର ଜିଲ୍ଲା କଟାପାଲି ନିକଟରେ ହାଇୱା ଧକ୍କାରେ ଗୋଶାଳା ବିଜେପି ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ଚାରପାଲି ଗ୍ରାମର ବରିଷ୍ଠ ବିଜେପି ନେତା ମୁରଲୀଧର ଛୁରିଆଙ୍କ ମୃତ୍ୟୁ ଘଟଣାରେ ଏସ୍ପି ମୁକେଶ କୁମାର ଭାମୁଙ୍କ ପ୍ରତିକ୍ରିୟା । ହାଇୱା ଡ୍ରାଇଭର ଜାଣିଶୁଣି କାର୍କୁ ଧକ୍କା ଦେଇଥିଲା କହିଲେ ଏସ୍ପି । ଏସ୍ପି କହିଛନ୍ତି ଘଟଣାସ୍ଥଳରେ ଲାଗିଥିବା ସିସିଟିଭିରୁ ପୁରା ସ୍ପଷ୍ଟ ହୋଇଛି। ମୃତ ବିଜେପି ନେତାଙ୍କ ପରିବାର ପକ୍ଷରୁ ମଧ୍ୟ ହତ୍ୟା ଅଭିଯୋଗ କରାଯାଇଛି । ହତ୍ୟା କରୁଥିବା ଟ୍ରକ ଡ୍ରାଇଭରଙ୍କ ବିରୋଧରେ ହତ୍ୟା ହତ୍ୟା ମାମଲା ରୁଜୁ ହୋଇସାରିଛି । ଏହାର ସମସ୍ତ ଘଟଣା ସନ୍ଧ୍ୟା ସୁଦ୍ଧା ଖୁଲାସା କରାଯିବ ବୋଲି ସୂଚନା ଦେଇଛନ୍ତି ଏସ୍ପି । ହାଇୱାଟି ସେମାନଙ୍କୁ ତିନି ତିନି ଥର ଧକ୍କା ଦେଇଥିବାରୁ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ବିଜେପି କର୍ମୀ କହିବା ପରେ ମାମଲା ରୁଜୁ ହୋଇଛି। ସୂଚନା ଅନୁଯାୟୀ, ୪ ଜଣ ନାଉରୀ ନାୟକଙ୍କ ସହିତ ଭୁବନେଶ୍ୱର ଯାଇଥିଲେ । ଫେରିବା ବେଳେ ରାତି ପ୍ରାୟ ସାଢ଼େ ୧ଟା ସମୟରେ କଟାପାଲି ନିକଟରେ ବାରମ୍ବାର ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ଖବର ପାଇ ଗୋଶାଳା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଗୁରୁତରଙ୍କୁ ଭିମସାରରେ ଭର୍ତ୍ତି କରିଥିଲା। ଏଣେ ଦୁର୍ଘଟଣା ଘଟାଇଥିବା ହାଇୱା ଚାଳକକୁ ପୁଲିସ ଗିରଫ କରିଥିଲା। Post navigation ଦରବୃଦ୍ଧି ଓ ଜିଏସଟି କୁ ନେଇ ‘ଡବଲ ଇଞ୍ଜିନ ସରକାର’ ଉପରେ ବର୍ଷିଲେ ନବୀନ ପଟ୍ଟନାୟକ ଜାନୁଆରୀ ୧୫ ସୁଦ୍ଧା ଓଡ଼ିଶା ବିଜେପି ପାଇବ ନୂଆ ସଭାପତି !