ମୃତ ବାଲେଶ୍ୱର ଏଫଏମ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଏକାଦଶାହରେ ଯୋଗ ଦେଲେ ମନ୍ତ୍ରୀ ଓ ସାଂସଦ । ଏକାଦଶାହରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ସଦର ବିଧାୟକ ମାନସ ଦତ୍ତଙ୍କ ସମେତ ବହୁ ନେତା କର୍ମୀ ଯୋଗ ଦେଇଛନ୍ତି । ମୃତ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ପୈତୃକ ଘର ଭୋଗରାଇ ବ୍ଲକ ପଳାସୀଆ ଗାଁରେ ପହଁଚି ପରିବାରକୁ ଭେଟି ସମବେଦନା ଜଣାଇବା ସହ ମୃତ ଛାତ୍ରୀଙ୍କ ଉଦ୍ଦେଶ୍ୟରେ ଗଛ ଚାରା ବଣ୍ଟନ କରିଛନ୍ତି ।

ଅନ୍ୟପଟେ ଏଫଏମ କଲେଜ ଛାତ୍ରୀଙ୍କ ଏକାଦଶାହ ଉଦ୍ଦେଶ୍ୟରେ ଉତ୍କଳ ବିଶ୍ବବିଦ୍ୟାଳୟ ଗେଟ୍‌ ସମ୍ମୁଖରେ କଂଗ୍ରେସର ଶ୍ରଦ୍ଧାଞ୍ଜଳି ସଭା ଦେଖିବାକୁ ମିଳିଛି। ଏହି ଶ୍ରଦ୍ଧାଞ୍ଜଳି ସଭାରେ ପିସିସି ସଭାପତି ଭକ୍ତ ଦାସଙ୍କ ସହ ଅନେକ କଂଗ୍ରେସ କର୍ମୀ ଯୋଗ ଦେଇଛନ୍ତି । ଏହା ସହ ମହିଳାଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ କହିଛନ୍ତି  ଭକ୍ତ ।

ସୂଚନା ଯୋଗ୍ୟ; ଏଫଏମ କଲେଜ ଛାତ୍ରୀ ସୌମ୍ୟଶ୍ରୀ ବିଶି କଲେଜ ପରିସରରେ ପେଟ୍ରୋଲ ଢାଳି ହୋଇ ଆତ୍ମାହୁତି ପାଇଁ ଉଦ୍ୟମ କରିଥିଲେ । ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ଏମସରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସରକାରୀ ଏବଂ ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ସମସ୍ତ ଚେଷ୍ଟା ସତ୍ୱେ ତାଙ୍କର ମୃତ୍ୟୁ ହୋଇଥିଲା ।

Leave a Reply

Your email address will not be published. Required fields are marked *