ଆଜି ହେଉଛି ରାଜ୍ୟ ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ । ଏହି ଦିବସରେ ନିମନ୍ତ୍ରଣକୁ ନେଇ ରାଜନୀତି ଆରମ୍ଭ ହୋଇଛି । ନିମନ୍ତ୍ରଣକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ମେୟର ସୁଲୋଚନା ଦାସଙ୍କ ମଧ୍ୟରେ କଥାକଟି ହୋଇଛି । ରାଜଧାନୀ ଭୁବନେଶ୍ୱର ପ୍ରତିିଷ୍ଠା ଦିବସ ଅବସରରେ ପୂର୍ବ ସରକାରଙ୍କୁ ଟାର୍ଗେଟ କରି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ ବିଗତ ସରକାର ସମୟରେ ଭୁବନେଶ୍ୱର ପ୍ରତିଷ୍ଠା ଦିବସରେ ତାଙ୍କୁ ନିମନ୍ତ୍ରଣ କରାଯାଉନଥିଲା । ଏକଥା ସମସ୍ତେ ଜାଣନ୍ତି । କିନ୍ତୁ ଆମ ସରକାର ଆସିବା ପରେ ତାଙ୍କୁ ନିମନ୍ତ୍ରଣ କରାଯାଇଛି । ଯେଉଁଥିପାଇଁ ସେ ବହୁତ ଖୁସି ମଧ୍ୟ ଅଛନ୍ତି । ବର୍ତ୍ତମାନର ସରକାର ପ୍ରତିଷ୍ଠା ଦିବସକୁ ଡାକିଥିବାରୁ ଧନ୍ୟବାଦ ଜଣାଇଛନ୍ତି । ସେ ଆହୁରି କହିଛନ୍ତି, ମୁଁ ଭୁବନେଶ୍ୱର ମେୟରଙ୍କୁ ମଧ୍ୟ ଧନ୍ୟବାଦ ଦେବାକୁ ଚାହୁଁଛି। ଭୁବନେଶ୍ୱର ସହିତ ମୋର ଏକ ଭାବପ୍ରବଣ ସମ୍ପର୍କ ଅଛି। ପ୍ରତିବର୍ଷ ଏପ୍ରିଲ ୧୩ ତାରିଖରେ, ଯେତେବେଳେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କରାଯାଏ, ମୁଁ ଯେଉଁଠାରେ ଥାଉ ନା କାହିଁକି, ମୁଁ ନିଶ୍ଚିତ ଭାବରେ ଆସି ଅଂଶଗ୍ରହଣ କରିବି। ସାଂସଦଙ୍କ ଏଭଳି ଅଭିଯୋଗକୁ ଅତ୍ୟନ୍ତ ଦୁଃଖଦ କଥା କହିଛନ୍ତି ମେୟର ସୁଲୋଚନା ଦାସ । ମେୟର ସାଂସଦଙ୍କ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ଯେବେଠାରୁ ସେ ମେୟର ହୋଇଛନ୍ତି ସେବେଠାରୁ ଗତ ୪ ବର୍ଷ ହେଲା ନିମନ୍ତ୍ରଣ କରାଯାଉଛି । କିନ୍ତୁ ସେ ଅଲଗା କାମରେ ସହରରୁ ବାହାରେ ଥାଆନ୍ତି ଆସିପାରନ୍ତି ନାହିଁ । ଗତ ବର୍ଷେ ସେ ନିଜେ ସାଂସଦଙ୍କ ସହିତ ଫୋନରେ କଥା ହୋଇଥିଲେ । କିନ୍ତୁ ସେ ଆସିନ ଥିଲେ । ଯେତେ କାମ ରହିଲେ ମଧ୍ୟ ସାଂସଦ ସମୟ ବାହାର କରି ରାଜଧାନୀ ପ୍ରତିଷ୍ଠା ଦିବସରେ ଆସିବା ଜରୁରୀ । ଭୁବନେଶ୍ୱର ପ୍ରଥମେ ଅନ୍ୟ ସବୁ କାମ ପରେ ବୋଲି କହିଛନ୍ତି ସୁଲୋଚନା । Post navigation Congress Issues Whip: ସଂସଦୀୟ ଅଧିବେଶନ ପାଇଁ ହ୍ବିପ୍ ଜାରି କଲା କଂଗ୍ରେସ Barbil Bypass Cum Ring Road Project: ବଡ଼ବିଲ ବାଇପାସ୍ ରିଙ୍ଗରୋଡ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ