mp-sulata-deo-apologized-for-her-statement-about-pahalgam-terror-attack
ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେବା ପରେ ଆଜି କ୍ଷମା ମାଗିଛନ୍ତି । ସେ କହିଛନ୍ତି କି, ଯଦି ତାଙ୍କ ବୟାନ ରାଜ୍ୟବାସୀ ତଥା ଦେଶବାସୀଙ୍କୁ ଦୁଃଖ ପହଞ୍ଚେଇଛି ତେବେ ସେ ସେମାନଙ୍କ ଠାରୁ କ୍ଷମା ଚାହୁଁଛନ୍ତି ।
 
ସେ କହିଥିଲେ ଯେତିକି ସମୟ ଭିତରେ ଆତଙ୍କବାଦୀମାନେ ଜଣଙ୍କ ପରେ ଜଣେ ଭାରତୀୟଙ୍କୁ ହତ୍ୟା କଲେ ସେତିକି ସମୟ ଭିତରେ ସେମାନଙ୍କ ଧର୍ମ ପଚାରିବା ସମ୍ଭବ ନୁହେଁ । ଏହା କେବଳ ଅନୁମାନ ଲଗାଇ ପରିବାର କହିଥାଇ ପାରନ୍ତି ବୋଲି ସେ କହିଥିଲେ ।
 
ହିନ୍ଦୁ କି ନୁହେଁ ପଚାରି ଆତଙ୍କବାଦୀ ଗୁଳି ମାରିଚାଲିଥିଲେ ବୋଲି ମୃତକଙ୍କ ପରିବାର କହୁଥିବା ବେଳେ ସାଂସଦ ସୁଲତାଙ୍କ ବିବାଦୀୟ ମନ୍ତବ୍ୟ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

By Nirvay

Leave a Reply

Your email address will not be published. Required fields are marked *