ନିର୍ଦ୍ଦୋଷରେ ଖଲାସ ହେଲେ ସାଂସଦ ପ୍ରଦୀପ ପାଣିଗ୍ରାହୀ । ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ରହିଥିଲା ଟାଟା କମ୍ପାନୀରେ ଚାକିରି ନାଁରେ ଠକେଇ ମାମଲା ହୋଇଥିବା ବେଳେ ଆଜି ସାଂସଦ ପ୍ରଦୀପ ପାଣିଗ୍ରାହୀ ଗୋଳନ୍ଥରା ଥାନା ଓ ବୈଦ୍ୟନାଥପୁର ଥାନା ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି। ଏମପି ଓ ଏମଏଲ ସ୍ୱତନ୍ତ୍ର କୋର୍ଟରେ ବିଚାର ହୋଇଥିଲା । ଆକାଶ ପାଠକ ଓ ତାଙ୍କ ବାପା ଅଭୟକାନ୍ତ ପାଠକ ମଧ୍ୟ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି। ନିର୍ଦ୍ଦୋଷ ଘୋଷଣା କଲେ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ୍ ଗ୍ରାମାଞ୍ଚଳ । ଆଜି ୨ଟି ମାମଲାରେ ସେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିବା ବେଳେ କାଲି ଅନ୍ୟ ୩ଟି ଠକେଇ ମାମଲାର ଶୁଣାଣୀ କରାଯିବ । ରାୟ ପ୍ରକାଶ ପରେ ପ୍ରତିକ୍ରିୟା ରଖିଲେ ପ୍ରଦୀପ ପାଣିଗ୍ରାହୀ ।ସତ୍ୟର ବିଜୟ ହୋଇଛି ବୋଲି କହିଲେ ପ୍ରଦୀପ । ପୂର୍ବ ସରକାର ଆକ୍ରୋଶମୂଳକ ଭାବେ ମାମଲା କରିଥିଲେ । ଅନ୍ୟପଟେ ରାୟ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ ପାଣିଗ୍ରାହୀ । କହିଛନ୍ତି, ସତ୍ୟର ହୋଇଛି ବିଜୟ । ପୂର୍ବ ସରକାର ଆକ୍ରୋଶମୂଳକ ଭାବେ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । Post navigation ଚାଷୀଙ୍କୁ କ୍ଷତିପୂରଣ ବଣ୍ଟନ ଆରମ୍ଭ ହେଲାଣି, ୪/୫ ଦିନ ଭିତରେ ସରିବ ଡବଲ ଡେକର ବସ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ