ପିପିଲିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଛୋଟ ପୁଅକୁ ଧରି ଭାର୍ଗବୀ ନଦୀକୁ ଡେଇଁ ପଡ଼ିଲେ ମା’। ପିପିଲି ରାସ୍ତାର ହରିପୁରଠାରେ ଭାର୍ଗବୀକୁ ପୁଅକୁ ଧରି ମା’ ଡେଇଁ[ପଡ଼ିବା ପରେ ଉଭୟଙ୍କ ମୃତ୍ୟୁ ହୋଇଛି। ତେବେ ମା’-ପୁଅଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ମୃତ ମହିଳା ଜଣଙ୍କ ପିପିଲି ବଜାରର ବୋଲି ଜଣାପଡିଛି।

ସେ ଭିଣୋଇଙ୍କ ଘରେ ରହୁଥିଲେ। ଭିଣୋଇଙ୍କ ଘର ନିମାପଡ଼ା ଥାନା ଜୁଆଁଲିରେ ହୋଇଥିବା ବେଳେ ଚେନ୍ନାଇରେ ରୁହନ୍ତି। ତେବେ ପାରିବାରିକ ଅଶାନ୍ତି ପାଇଁ ପୁଅକୁ ଧରି ନଦୀକୁ ଡେଇଁପଡ଼ିଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ପୋଲିସ କହିଛି।

Leave a Reply

Your email address will not be published. Required fields are marked *