Mother and Uncle Head to Singapore in search of Missing Odia Sailor Sarthak Mahapatra
ନିଖୋଜ ଓଡ଼ିଆ ମର୍ଚଣ୍ଟ ନେଭି କାଡେଟ ସାର୍ଥକ ମହାପାତ୍ରଙ୍କୁ ଖୋଜିବା ପାଇଁ ମା’ ରଶ୍ମିତା ଓ ମାମୁ ସିଙ୍ଗାପୁର ଯିବେ । ସାର୍ଥକଙ୍କୁ ନେଇଥିବା ଜାହାଜ ୧୫ ତାରିଖରେ ସିଙ୍ଗାପୁର କୂଳରେ ଲାଗିବା ପରେ ମା ଓ ମାମୁ ନିଜେ ଜାହାଜ ଭିତରକୁ ଯାଇ ଖୋଜିବେ ।
 
ସାର୍ଥକଙ୍କ ନିଖୋଜ ହେବାର ସପ୍ତାହେରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ମା’ ରଶ୍ମିତା ଏପର୍ଯ୍ୟନ୍ତ ସାର୍ଥକଙ୍କ ଖବର ପାଇନାହାନ୍ତି । ସନ୍ଦେହ ହଟୁନି କି ସାର୍ଥକ ଜାହାଜରେ ଅଛନ୍ତି। ତେଣୁ ନିଜେ ଜାହାଜରେ ଖୋଜିବା ପାଇଁ ମା’ ରଶ୍ମିତା ଓ ମାମୁ ସିଙ୍ଗାପୁର ଯିବେ ।
 
ଉଭୟଙ୍କ ସମସ୍ତ ଗସ୍ତ ଜାହାଜ କମ୍ପାନୀ ଖର୍ଚ୍ଚ ବହନ କରିବ । ଭିସା ଓ ଅନ୍ୟାନ୍ୟ ବ୍ୟବସ୍ଥା ସିଙ୍ଗାପୁର ଓ ଭାରତ ସରକାର କରିବେ । କହିରଖୁଛୁ ଯେ, ମରିସସ୍ ନିକଟରେ ଗଭୀର ସମୁଦ୍ରରୁ ନିଖୋଜ ପରେ ସାର୍ଥକଙ୍କ ପତ୍ତା ମିଳୁନି ।

By Nirvay

Leave a Reply

Your email address will not be published. Required fields are marked *