କଟକ ଜିଲ୍ଲାର ଅଧାରୁ ଅଧିକ କଲେଜରେ କର୍ମଚାରୀଙ୍କ ଦରମା ବନ୍ଦ କରିବା ନିର୍ଦ୍ଦେଶ । ଆଭ୍ୟନ୍ତରୀଣ ଅଭିଯୋଗ କମିଟି ରିପୋର୍ଟ ଦାଖଲ କରି ନଥିବାରୁ ଉଚ୍ଚ ଶିକ୍ଷା ବିଭାଗ ଏହି ଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ଏହାସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଇସିସି ରିପୋର୍ଟ ଦାଖଲ ନ କଲେ ସମ୍ପୃକ୍ତ କଲେଜ ଅଧ୍ୟକ୍ଷକୁ ନିଲମ୍ବନ କରାଯିବ ବୋଲି କଡ଼ା ଚେତାବନୀ ଦିଆଯାଇଛି । ସୂଚନା ଯୋଗ୍ୟ; ଉଚ୍ଚ ଶିକ୍ଷା ବିଭାଗ ରାଜ୍ୟ ସମସ୍ତ କଲେଜକୁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ ଏବଂ ପୁର୍ନଗଠନ ନେଇ ୨୧୦ଟି କଲେଜକୁ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲା । ଅଭିଯୋଗକାରିଣୀଙ୍କ ଯୋଗାଯୋଗ ଠିକଣା ସହ କଲେଜ ମୁଖ୍ୟଙ୍କ ହସ୍ତାକ୍ଷର ମଗାଯାଇଥିଲା । କିନ୍ତୁ ଅଧାରୁ ଅଧିକ କଲେଜ ଚିଠିର କୌଣସି ଉତ୍ତର ଦେଇନାହାଁନ୍ତି । ରିପୋର୍ଟ ଦେଇନଥିବାରୁ କଲେଜ କର୍ମଚାରୀଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଜିଲ୍ଲପାଳ ତାଗିଦ୍ କରି କହିଛନ୍ତି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଇସିସି ରିପୋର୍ଟ ଦାଖଲ ନ କରନ୍ତି ତେବେ ସମ୍ପୃକ୍ତ କଲେଜର ଅଧ୍ୟକ୍ଷକୁ ନିଲମ୍ବନ କରାଯିବ । Post navigation ରାଜ୍ୟରେ ପ୍ରତିଷ୍ଠା ହେବ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସର ଆଉ ୨ଟି ନୂଆ ବାଟାଲିୟନ୍ ରାଜ୍ୟର ୨୩ ଜିଲ୍ଲାରେ ପ୍ରତିଷ୍ଠା ହେବ ୫୬ ନୂଆ କୋର୍ଟ