ଆଜି ବିଧାନସଭାରେ ଖାଦ୍ୟ ସୁରକ୍ଷା ଯୋଜନା ବାବଦରେ ବିଧାୟକ ମନୋହର ରନ୍ଧାରୀ କରିଥିବା ପ୍ରଶ୍ନର ଉତ୍ତର ପ୍ରଦାନ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଣ୍ଣ ଚନ୍ଦ୍ର ପାତ୍ର । ସେ କହିଛନ୍ତି ରାଜ୍ୟରେ ମୋଟ ୯ ଲକ୍ଷ ୯୧ହଜାର ୯୨୯ ଆବେଦନକାରୀ ରାସନକାର୍ଡ ପାଇବା ପାଇଁ ଆବେଦନ କରିଛନ୍ତି । ରାସନ କାର୍ଡ ଲାଗି ଆସିଥିବା ଆବେଦନ ଗୁଡ଼ିକର ତର୍ଜମା ଚାଲିଛି । ଆଧାର ଭିତ୍ତିକ ଇ-କେୱାଇସି ପ୍ରକ୍ରିୟା ଆରମ୍ଭ କରାଯିବ । ଯାଞ୍ଚ ପରେ ଯୋଗ୍ୟ ପରିବାରକୁ ଦିଆଯିବ ନୂଆ ରାସନ କାର୍ଡ ।

Leave a Reply

Your email address will not be published. Required fields are marked *