ବିଧାନସଭା ଗୃହରେ ଉଠିଲା ରାସନ କାର୍ଡ ହିତାଧିକାରୀ ପ୍ରସଙ୍ଗ। ଆଜି ଗୃହରେ ବିଜେଡି ବିଧାୟକ ଗଣେଶ୍ୱର ବେହେରା ଆଜି ପର୍ଯ୍ୟନ୍ତ କେତେ ଜଣ ହିତାଧିକାରୀ ଇ-କେଓ୍ୱାଇସି କରିଛନ୍ତି ପଚାରିଥିବା ପ୍ରଶ୍ନର ଲିଖିତ ଉତ୍ତରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨ କୋଟି ୯୯ ଲକ୍ଷ ୫୦ ହଜାର ୮୨୦ ଜଣ ପିଡିଏସ୍ ହିତାଧିକାରୀ ଇ-କେଓ୍ୱାଇସି କରିଛନ୍ତି । ସେମାନଙ୍କ ମଧ୍ୟରୁ ୨ କୋଟି ୯୮ ଲକ୍ଷ ୧୪ ହଜାର ୯୨୧ ପିଡିଏସ୍ ହିତାଧିକାରୀ ଓଡ଼ିଶା ଭିତରେ ଥାଇ ଏବଂ ୧ ଲକ୍ଷ ୩୫ ହଜାର ୮୯୯ ପିଡିଏସ୍ ହିତାଧିକାରୀ ଓଡ଼ିଶା ବାହାରେ ଥାଇ ନିଜ ଇ-କେଓ୍ୱାଇସି କରାଇଛନ୍ତି ।

ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଲୋକ ମଲାପରେ ବି ନେଉଥିଲେ ରାସନ । ୩ ଲକ୍ଷ ୨୮ ହଜାର ୯୩୨ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ଉଠୁଥିଲା ଚାଉଳ । ଇ-କେୱାଇସି ଯାଂଚ ପରେ ସାମ୍ନାକୁ ସତ ଆସିଛି । ମୃତ ବ୍ୟକ୍ତିଙ୍କୁ ରାସନ କାର୍ଡ ତଥ୍ୟାବଳୀରେ ଚିହ୍ନଟ କରାଯାଇ ବାଦ୍ ଦିଆଯାଇଛି।  କେନ୍ଦୁଝରରେ ସର୍ବାଧିକ ୩୫ ହଜାର ୫୫୦ ମୃତ ବ୍ୟକ୍ତିଙ୍କ ନାଁରେ ରହିଛି ରାସନ କାର୍ଡ । ସେହିଭଳି ଗଞ୍ଜାମରେ ୨୫ ହଜାର ୭୮୯ ଭୂତ ରାସନ କାର୍ଡଧାରୀ ରହିଥିବା ବେଳେ ମୟୁରଭଞ୍ଜ, ରାୟଗଡ଼ାରେ ମଧ୍ୟ ଅନେକ ଭୂତ ରାସନ କାର୍ଡଧାରୀ । ଏହା ସହ ରାଜ୍ୟରେ ଇ-କେଓ୍ୱାଇସି ଯାଞ୍ଚ ସମୟରେ, ୧୬ ହଜାର ୧୮୪ ଜଣ ଅଯୋଗ୍ୟ ପରିବାର ରାସନ କାର୍ଡ ହାତେଇଚନ୍ତି ।

Leave a Reply

Your email address will not be published. Required fields are marked *