ଦ୍ରୁତଗତିରେ ଯାଉ ଯାଉ ପିଟି ହୋଇଗଲା କାର୍ । କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଗାଡ଼ି ଭିତରୁ ଜବତ ହେଲା ୨ ଲକ୍ଷ ୪୦ ହଜାର ଟଙ୍କା ସହ ସୁନା ଓ ରୁପା ଅଳଙ୍କାର । ବାଲେଶ୍ୱର ଜିଲ୍ଲା ଜୁଣିଆ ବଜାରରେ ଗତକାଲି ବିଳମ୍ବିତ ରାତିରେ ଏପରି ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣା ପରେ ଚାଳକ ଫେରାର ହୋଇଯାଇଥିବା ବେଳେ କାରରେ ଥିବା ଅନ୍ୟ ୨ ଜଣଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଯୋଗ୍ୟ; ଗତକାଲି ଗାଡ଼ିଟି ସନ୍ଦେହଜନକ ଭାବେ ଯାଉଥିବାବେଳେ କେତେଜଣ ଯୁବକ ପିଛା କରିଥିଲେ । ଫଳରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସ୍ଥାନୀୟ ଲୋକ କାର ଦୁର୍ଘଟଣା ହୋଇଥିବାରୁ ଦେଖି କାର ପାଖରେ ପହଞ୍ଚିଲେ। ହେଲେ ଗାଡି ଭିତରେ ପୁଳା ପୁଳା ଟଙ୍କା ଆଉ ସୁନା ଗହଣା ଦେଖି ତାଜୁବ ହୋଇଯାଇଥିଲେ। ଏହାପରେ ପୋଲିସକୁ ଡାକିଥିଲେ । ଦୁର୍ଘଟଣା ପରେ ଚାଳକ ଫେରାର ହୋଇଯାଇଛି । କାରରେ ଥିବା ଅନ୍ୟ ୨ ଜଣଙ୍କୁ ପୋଲିସ ଗିରଫ କରିଛି । ଗୋପାଳପୁର ଥାନା ଅଧିକାରୀ କାର ଭିତରୁ ଟଙ୍କା, ସୁନା ଓ ରୁପା ଜବତ କରି ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *