Mohan Govt's steps to restore peace in Cuttack are praiseworthy

ଭାଇଚାରାର ସହର କଟକରେ ଧୀରେ ଧୀରେ ଶାନ୍ତି ଫେରୁଛି । ସହରରେ ଶାନ୍ତି ଫେରାଇ ଆଣିବାକୁ ମୋହନ ସରକାରଙ୍କ ପଦକ୍ଷେପ ବେଶ ସ୍ୱାଗତଯୋଗ୍ୟ । ପରିସ୍ଥିତି ଉଦବେଗଜନକ ହେବା କ୍ଷଣି ତୁରନ୍ତ ଆକ୍ସନ ନେଇ କର୍ଫ୍ୟୁ ଜାରି କରିବା ସହ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ଓ ସୋସିଆଲ ମିଡ଼ିଆ ବ୍ୟବହାର ବନ୍ଦ କରାଯାଇଥିଲା । ପୋଲିସ ଫୋର୍ସ ନିୟୋଜିତ ହୋଇ ପରିସ୍ଥିତି ଉପରେ ନଜର ରଖିଥିଲେ ।

ଭାଇଚାରାର ଅନନ୍ୟ ନିଦର୍ଶନ ଦୁର୍ଗାପୂଜା ଭସାଣି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ହେଲେ ସରକାର ତୁରନ୍ତ ପଦକ୍ଷେପ ନେଇ ସ୍ଥିତିକୁ ଆୟତ୍ତ କରିଥିଲେ । ବିଶୃଙ୍ଖଳାକାରୀଙ୍କ ତୁରନ୍ତ ଗିରଫ କରାଯାଇଥିଲା । ସୋସିଆଲ ମିଡ଼ିଆରେ ଘୃଣା, ବିଦ୍ବେଷ ଓ ମିଛ ଖବର ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଇଥଲା । ମୋହନ ସରକାର ଆକ୍ସନ ମୋଡରେ କାମ କରି ସହରର ଶାନ୍ତି ଫେରାଇ ଆଣିଥିଲେ ।

ହେଲେ ଏତେ ବର୍ଷର ପରମ୍ପରା ଭଙ୍ଗ ହେବା ଚିନ୍ତାର କାରଣ ନିଶ୍ଚୟ । ଏହା ପଛରେ କିଏ ଅଛି, ଏଭଳି କରିବାର ଉଦ୍ଦେଶ୍ୟ କଣ ସରକାରଙ୍କ ନିର୍ଦ୍ଦେଶରେ ଏହାର ଯାଞ୍ଚ ହେଉଛି । ଖୁବଶୀଘ୍ର ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର କହିଛନ୍ତି । ସହରରେ ଆଗକୁ ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ସେଥିରେ ଯେପରି କିଛି ବିଶୃଙ୍ଖଳା ନଘଟେ, ସେ ନେଇ ବ୍ୟବସ୍ଥା କରାଯାଉଛି ।

By Nirvay

Leave a Reply

Your email address will not be published. Required fields are marked *