ପବିତ୍ର ରଥଯାତ୍ରା ଅବସରରେ ପୁରୀ ଗୋବର୍ଦ୍ଧନ ପୀଠର ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ସାମିଲ ହୋଇ ମହାବାହୁଙ୍କ ସାନିଧ୍ୟ ଲାଭ କରିଥିଲେ। ପୁରୀରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରି ଆଶୀର୍ବାଦ ନେଇଥିଲେ। ତାଙ୍କୁ ଉପଯୁକ୍ତ ସମ୍ମାନ ମଧ୍ୟ ଦେଇଥିଲେ ଯାହା ସେ ପାଇବାକୁ ଯୋଗ୍ୟ।

କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ବିଧାୟିକା ଉପାସନା ମହାପାତ୍ର ଓ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଶୀର୍ବାଦ ନେବା ସହ ତାଙ୍କ ପ୍ରତି ସମ୍ମାନ ଜଣାଇଥିଲେ।

ଅପରପକ୍ଷରେ ନବୀନ ବାବୁ ସବୁବେଳେ ତାଙ୍କୁ ଅଣଦେଖା କରିଆସିଛନ୍ତି। କେବେ ଦିନେ ଗୋବର୍ଦ୍ଧନ ପୀଠକୁ ଯାଇନାହାନ୍ତି କି ଭଲ ମନ୍ଦ ବୁଝିନାହାନ୍ତି। ବିଜେଡି ନେତା ଓ ପାଣ୍ଡିଆନ ମଧ୍ୟ ତାଙ୍କୁ ଅଣଦେଖା କରିଛନ୍ତି। ବିଜେପି ସର୍ବଦା ସାଧୁସନ୍ଥ, ଧର୍ମଗୁରୁଙ୍କୁ ଉଚିତ ସମ୍ମାନ ଦେଇ ଆସୁଥିବା ବେଳେ ବିଜେଡି ସବୁବେଳେ ଅଣଦେଖା କରିଆସିଛି। ମୁଖ୍ୟମନ୍ତ୍ରୀ ଓ ବିଜେପି ନେତା ଆଜି ଶଙ୍କରାଚାର୍ଯ୍ୟଙ୍କୁ ଭେଟିବା ପରେ ଏହା ସତ୍ୟ ପ୍ରମାଣିତ ହୋଇଛି।

Leave a Reply

Your email address will not be published. Required fields are marked *