ଆସନ୍ତା ବର୍ଷ ସୁଦ୍ଧା ରାଜ୍ୟରେ ଖୋଲିବ ମଡେଲ୍ ମଣ୍ଡି । ଏ ନେଇ ଆଜି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ୩୦ଟି ଜିଲ୍ଲାରେ ୩୮ଟି ମଡେଲ୍ ମଣ୍ଡି ଖୋଲିବାକୁ ଯାଉଛି । ଆବଶ୍ୟକତାକୁ ଦୃଷ୍ଟିରେ ରଖାଯାଇ ବଡ଼ ଜିଲ୍ଲାରେ ୨ଟି ମଣ୍ଡି ହେବ ।

ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ମଡେଲ୍ ମଣ୍ଡିରେ ବିଶ୍ରାମଗାର ଓ ଟିଫିନ୍ ସେଣ୍ଟର ରହିବା ସହିତ ପାନୀୟ ଜଳ, ଶୌଚାଳୟ ଓ ପାର୍କିଂ ସୁବିଧା ବି ରହିବ । ଯାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଥିବା । ମଡେଲ ମଣ୍ଡିର ରୂପ ରେଖ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରେଜେଣ୍ଟେସନ ଦିଆଯାଇଛି । ଚାଷୀଙ୍କର ମଣ୍ଡିରେ ଯେପରି କୌଣସି ଅସୁବିଧା ନ ହୁଏ । ସେଥିପାଇଁ ଏ ନିଷ୍ପତ୍ତି ନିଆଯାଇଛି । ମଣ୍ଡିରେ ଚାଷୀମାନଙ୍କର ବସିବା, ଖାଇବା ଓ ବିଶ୍ରାମ ବ୍ୟବସ୍ଥା କରାଯିବ ।

Leave a Reply

Your email address will not be published. Required fields are marked *