ଦିନକୁ ଦିନ ମୋ ବସ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ମୋ ବସ୍ ଦୁର୍ଘଟଣା ଘଟାଇବା ନେଇ ଜନଅସନ୍ତୋଷ ବଢ଼ିବାରୁ ରାଜ୍ୟ ସରକାର ନେଇଛନ୍ତି ପଦକ୍ଷେପ । ଏହି ସଂପର୍କରେ ଆଜି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା ଦେଇ କହିଛନ୍ତି ମୋ ବସର ବେଗ ସହରରେ ଘଣ୍ଟା ପ୍ରତି ୪୦ କିମି ରହିବ । ସହର ବାହାରେ ଘଣ୍ଟାପ୍ରତି ୫୦ କିମି ବେଗରେ ଚାଲିବ । ସେଥିପାଇଁ ମୋ ବସ୍’ରେ ଲାଗିବ ସ୍ପିଡ୍ ଗଭର୍ଣ୍ଣର । ସ୍ପିଡ୍ ଗଭର୍ଣ୍ଣର ଲଗାଯିବା ପରେ ଡ୍ରାଇଭର ଅଧିକ ବେଗରେ ଚଳାଇଲେ ବସରେ ସାଇରନ ବାଜିବ। ଏ ନେଇ ଅପରେଟରଙ୍କ ନିକଟକୁ ସୂଚନା ଯିବ। ଡ୍ରାଇଭର ବେପରୁଆ ଗାଡ଼ି ଚାଳନା କଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହା ସହ ଉନ୍ନୟନ ମନ୍ତ୍ରୀ କହିଛନ୍ତି ଲାଇସେନ୍ସ ଥିବା ଅଭିଜ୍ଞ ଡ୍ରାଇଭରଙ୍କୁ ଗାଡି ଚାଳନା ପାଇଁ ଦିଆଯିବ ଅନୁମତି ।ଏହା ସହ ଗାଡ଼ିକୁ ଉଠିବା ପୂର୍ବରୁ ଡ୍ରାଇଭର ମଦ ପିଇଛନ୍ତି କି ନାହିଁ ଟେଷ୍ଟ କରାଯିବ। Post navigation ଆରଡିସି ତଦନ୍ତ ପରିସରଭୁକ୍ତ ହେବେ କି ସିଏସଓ ଜ୍ଞାନେନ୍ଦ୍ର ମିଶ୍ର ? ମନ୍ଦ ଉଦ୍ଦେଶ୍ୟ ରଖି ଆଦିବାସୀଙ୍କ ନାଁରେ ରାଜନୀତି କରୁଛି ବିଜେଡି: ବିଜେପି