ରାଜଧାନୀରେ ଚିନ୍ତା ବଢ଼ାଉଛି ମୋ ବସ୍ ଦୁର୍ଘଟଣା । ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଛି ବସ୍ ଚାଳକମାନଙ୍କ ବେପରୁଆ ଚାଳନା । ନାବାଳିକାର ମୁତ୍ୟୁ ଘଟଣା ରାଜଧାନୀବାସୀ ଭୁଲି ନଥିବା ବେଳେ କାଲି ସନ୍ଧ୍ୟାରେ ପୁଣି ଅଘଟଣ ଘଟାଇଛି ମୋ ବସ । ତମାଣ୍ଡୋ ଥାନା ଅଞ୍ଚଳର ଓଭରବ୍ରିଜ୍ ତଳେ ଜଣେ ମହିଳାଙ୍କ ଉପରେ ମୋ ବସ୍ ଚଢ଼ି ଯାଇଛି । ୧୦୦ ମିଟର ପର୍ଯ୍ୟନ୍ତ ମହିଳାଙ୍କୁ ଘୋଷାଡି ନେଇଥିଲା ମୋ ବସ୍ ଯାହାଦ୍ୱାରା ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ସ୍ଥାନୀୟ ଲୋକେ ମୋ ବସକୁ ଭଙ୍ଗାରୁଜା କରିଥିବା ଖବର ମିଳିଛି । ପୋଲିସ ବସ୍ଟିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । Post navigation ମହିମା ପୀଠର ବିକାଶ ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ହଟ୍ଟଗୋଳ ଯୋଗୁ ଚାଲିପାରିଲାନି ଗୃହ, ୧୨ଟା ଯାଏଁ ବିଧାନସଭା ମୁଲତବୀ