ଦିନକୁ ଦିନ ରାଜଧାନୀରେ ବଢ଼ିବାରେ ଲାଗିଛି ମୋ ବସ୍ ଦୁର୍ଘଟଣା । ମୋ ବସ୍ ଡ୍ରାଇଭରଙ୍କ ବେପରୁଆ ଚାଳନା ଯୋଗୁଁ ବାରମ୍ବାର ଦୁର୍ଘଟଣାର ଶିକାର ହେଉଛନ୍ତି ସାଧାରଣ ଜନତା। ବାରମ୍ବାର ଏହି ଭଳି ଘଟଣା ସାମ୍ନାକୁ ଆସିଥିବା ବେଳେ ଗତ ଶୁକ୍ରବାର ଭୁବନେଶ୍ୱର ପାତ୍ରପଡ଼ା ଛକରେ ମୋ ବସ୍ ଡ୍ରାଇଭରଙ୍କ ବେପରୁଆ ଚାଳନା ଯୋଗୁ ଗୋଟିଏ ସ୍କୁଟିକୁ ‘ମୋ ବସ’ ପ୍ରାୟ ଅଧବାଟ ଘୋଷାଡି ନେଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ଝିଅ ନନ୍ଦିନୀର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ମା ରାଜକୁମାରୀ ପ୍ରଧାନଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ସୂଚନା ଯୋଗ୍ୟ; ଗତ ଶୁକ୍ରବାର ପାତ୍ରପଡ଼ା ଛକରେ ଦ୍ରୁତଗତିରେ ଆସି ଛକର ଛିଡା ହୋଇଥିବା ସ୍କୁଟରକୁ ଧକ୍କାଦେଲା। କେହି କିଛି ବୁଝିବା ଆଗରୁ ମାଆ ଓ ଝିଅ ସ୍କୁଟିରେ ଯାଉଥିବାବେଳେ ମୋ ବସ ଧକ୍କା ଦେଇ ଶହେ ମିଟର ଯାଏଁ ଘୋଷାଡ଼ି ନେଇଥିଲା । ଫଳରେ ଘଟଣାସ୍ଥଳରେ ଝଅର ମୃତ୍ୟୁ ହୋଇଥିଲା। ମାଆଙ୍କୁ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । Post navigation ଛାତ୍ରୀ ଆତ୍ମହତ୍ୟା: ନେପାଳୀ ଛାତ୍ରଛାତ୍ରୀଙ୍କୁ ତଡି଼ଲା କିଟ୍; ଅଭିଯୁକ୍ତ ଛାତ୍ର ଗିରଫ ବିଧାନସଭାରେ ଉଠିଲା ଛି ଛି ଛିରେ ନନୀ ଗୀତ ପ୍ରସଙ୍ଗ