ଆଜି ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି । ଭୁବନେଶ୍ୱରର ରସୁଲଗଡ଼ ଛକରେ ପୋଲିସ ମିତ୍ରଙ୍କୁ ବୀଭତ୍ସ ହତ୍ୟା । ପୋଲିସ ମିତ୍ରଙ୍କ ମୁଣ୍ଡ କାଟି ରାସ୍ତାରେ ଫିଙ୍ଗିଦେଛନ୍ତି ଦୁର୍ବୃତ୍ତ। ରସୁଲଗଡ଼ ଛକରେ ଓଭର ବ୍ରିଜ ଉପରେ ଯୁବକଙ୍କ ମୁଣ୍ଡ ବିହୀନ ମୃତଦେହ ପଡିଛି। ଘଟଣାସ୍ଥଳରେ ମୃତଦେହ ପଡିଥିବାବେଳେ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ବେଳେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ମୃତ ଯୁବକଙ୍କ ପରିଚୟ ମିଳିନଥିବାବେଳେ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବାର ସୂଚନା ମିଳିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମଞ୍ଚେଶ୍ୱର ଥାନା ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । । ସେହିପରି ଯୁବକଙ୍କୁ କିଏ ଓ କାହିଁକି ହତ୍ୟା କରିଛି । ସେନେଇ କୌଣସି ସଠିକ୍ ତଥ୍ୟ ପୋଲିସର ହସ୍ତଗତ ହୋଇନାହିଁ । ପୋଲିସର ତଦନ୍ତ ପରେ ଏହି ଘଟଣାର ସମସ୍ତ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ଭୁବନେଶ୍ୱରରେ ଆଜିଠୁ ପ୍ରବାସୀ ଭାରତୀୟ ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ସେଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ରହିଛି ରାଜଧାନୀ । ଭୁବନେଶ୍ୱରର ଛକ ଛକରେ ଜଗିଛନ୍ତି ପୋଲିସ ଏବଂ ସୁରକ୍ଷାକର୍ମୀ । ଏହି ପ୍ରବାସୀ ଭାରତୀୟ ସମ୍ମିଳନୀ ଆରମ୍ଭରେ ପୋଲିସକୁ ଦୁର୍ବୃତ୍ତଙ୍କ ଚାଲେଞ୍ଜ କରିଥିବା ଦେଖିବାକୁ ମିଳିଛି । ଏତେ କଡ଼ା ସୁରକ୍ଷା ମଧ୍ୟରେ କିପରି ଏହିପରି ବିଭତ୍ସ ହତ୍ୟାକାଣ୍ଡ ଘଟିଲା ତାହା ହେଇ ଚର୍ଚ୍ଚାର ବିଷୟ ପାଲଟିଛି । Post navigation ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ୯ଟି ନୂତନ ଗ୍ୟାଲେରୀ ଉଦଘାଟିତ ଆରମ୍ଭ ହେଲା ପ୍ରବାସୀ ଭାରତୀୟ ସମ୍ମେଳନ