ରାଜଧାନୀରେ ଲଜ୍ଜା । ରାଜଧାନୀରେ ପୁଣି ଜଣେ ନାବାଳିକା ଧର୍ଷଣର ଶିକାର ହୋଇଥିବା ଅଭିଯୋଗ ହୋଇଛି । କ୍ୟାପିଟାଲ ଥାନା ଅଧିନ ଅଶୋକ ନଗର ଅଞ୍ଚଳରେ ଏହି ଘଟଣା ଘଟିଛି । ସୂଚନା ଅନୁଯାୟୀ, ନାବାଳିକା ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । କ୍ୟାପିଟାଲ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଗତକାଲି ବିଳମ୍ବିତ ରାତିରେ ନାବାଳିକା ଜଣଙ୍କ ରାସ୍ତାକଡ଼ରେ ଗୁରୁତର ଅବସ୍ଥାରେ ପଡ଼ିରହିଥିଲେ । ସ୍ଥାନୀୟ ଲୋକ ଦେଖି ପୁଲିସ୍କୁ ସୂଚନା ଦେବା ପରେ ନାବାଳିକାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ନାବାଳିକାଙ୍କୁ ଏ ସମ୍ପର୍କରେ ପଚାରିବାରୁ କୌଣସି ସଠିକ୍ ଉତ୍ତର ଦେଇ ପାରୁନାହାନ୍ତି । ତେବେ ତାଙ୍କ ଘର ବିହାର କିମ୍ବା ଝାରଖଣ୍ଡର ହୋଇଥାଇପାରେ ବୋଲି ପୋଲିସ ଅନୁମାନ କରୁଛି । ଡାକ୍ତରଙ୍କ ରିପୋର୍ଟ ଆଧାରରେ କ୍ୟାପିଟାଲ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । Post navigation Dhanteras 2025: ଆଜି ପବିତ୍ର ଧନତେରସ, ଜାଣନ୍ତୁ ଏହାର ବିଶେଷତା Diwali Holiday: ଆସନ୍ତା ୨୦ ତାରିଖ ଦୀପାବଳି ପର୍ବ ଉପଲକ୍ଷେ ଅତିରିକ୍ତ ଛୁଟି ଘୋଷଣା