ସୁନ୍ଦରଗଡରେ ପୁଣି ଲଜ୍ଜାଜନକ ଘଟଣା ଘଟିଛି । ୧୪ବର୍ଷର ନାବାଳିକାକୁ ଅପହରଣ କରି ଜଙ୍ଗଲରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଗତ ୨୫ ତାରିଖ ରାତି ୧୦ଟା ସମୟରେ ବାଇକରେ ଅପହରଣ କରି କୁଆଁରମୁଣ୍ଡା ନିକଟସ୍ଥ ଜଙ୍ଗଲରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ବୀରମିତ୍ରପୁର ଥାନାରେ ଏନେଇ ଅଭିଯୋଗ ହୋଇଛି।

ଅନ୍ୟପଟେ ଅଭିଯୁକ୍ତ ୨୨ବର୍ଷୀୟ କିଶୋର ଲାକ୍ରାଙ୍କୁ ଗିରଫ କରିଛି ପୁଲିସ । ସଂପୃକ୍ତ ଯୁବକଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *