ରାଉରକେଲାରେ ପୁଣି ଲଜ୍ଜା। ଥମିବାର ନାଁ ଧରୁନି ମହିଳାଙ୍କୁ ଯୋଉଁ ନିର୍ଯାତନା। ମଙ୍ଗଳବାର ରାତିରେ ରଘୁନାଥପାଲି ଥାନା ନିକଟରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ନାବାଳିକାର ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ।

ସୂଚନାଯୋଗ୍ୟ, ଗତକାଲି ରାତିରେ ରଘୁନାଥପାଲି ଥାନା ଅଂଚଳରେ ଥିବା ଏକ ରେଷ୍ଟୁରାଣ୍ଟକୁ ନାବାଳିକା ଜଣଙ୍କ ୨ ପୁରୁଷ ବନ୍ଧୁଙ୍କ ସହ ଯାଇଥିଲେ। ହେଲେ ସମ୍ପୃକ୍ତ ୨ ଜଣଙ୍କ ସମେତ ୫ ଜଣ ଯୁବକ ନାବାଳିକାଙ୍କୁ ପ୍ଲାଣ୍ଟ ସାଇଟ ଥାନା ଅଞ୍ଚଳକୁ ଆଣି ଗଣଦୁଷ୍କର୍ମ କରିଥିଲେ। ଏ ସମ୍ପର୍କରେ ପରିବାର ଲୋକେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତଙ୍କୁ ଧରିବାକୁ ଖୋଳତାଡ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *