କଟକରେ ନାବାଳିକାକୁ ଅସଦାଚରଣ ଅଭିଯୋଗ । ଚଳନ୍ତା ଅଟୋରେ ନାବାଳିକାକୁ ଅସଦାଚରଣ ଅଭିଯୋଗ ଘଟଣା ଏବେ ସାମ୍ନାକୁ ଆସିଛି। ଏ ନେଇ ଚାଉଳିଆଗଞ୍ଜ ଥାନାରେ ଅଟୋ ଚାଳକଙ୍କ ନାଁରେ ଏତଲା ଦିଆଯାଇଛି । ଶିଖରପୁର ନିକଟରେ ଅଟୋ ଚାଳକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୀଡ଼ିତାଙ୍କ ଡାକ୍ତରୀ ମାଇନା ସହ ପୋଲିସ୍ ତଦନ୍ତ ଜାରି କରିଛି। ଅଟୋ ଚାଳକକୁ ଖୋଜୁଛି କମିଶନରେଟ ପୋଲିସ ।

ସୂଚନା ଯୋଗ୍ୟ;  ନାବାଳିକା ଜଣକ ନିଜ ବାନ୍ଧବୀ ସହ ଜଗତପୁରରୁ କଟକ ଆସିଥିଲେ  । ଏକ ଅଟୋ ପୁଣି ଘରକୁ ଫେରୁଥିଲେ । ନାବାଳିକାଙ୍କ ବାନ୍ଧବୀ ଅଟୋରୁ ଓହ୍ଲାଇ ପାଣି ଆଣିବାକୁ ଯାଇଥିବା ବେଳେ, ଅଟୋ ଚାଳକ ପଛ ସିଟ୍ କୁ ଆସି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଆଉ କାହାକୁ କିଛି କହିଲେ ପେଟ୍ରୋଲ ଢାଳି ଜାଳି ଦେବି ଧମକ ଦେଇଥିବା ଅଟୋ ଚାଳକ । ଏ ନେଇ ନାବାଳିକାର ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।

Leave a Reply

Your email address will not be published. Required fields are marked *