ରାଜ୍ୟରେ ପାନୀୟ ଜଳ ପ୍ରକଳ୍ପକୁ ନେଇ ସରଗରମ ବିଧାନସଭା। ଚୌଦ୍ୱାରା ବିଧାୟକ ସୌଭିକ ବିଶ୍ୱାଳଙ୍କ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟକାରିତା ସମ୍ପର୍କୀତ ମୂଳ ପ୍ରଶ୍ନର ଉତ୍ତରରେ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାଏକ କହିଛନ୍ତି ରାଜ୍ୟରେ ଏବେ ୧୯୧ଟି ପାନୀୟ ଜଳ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ରାଜ୍ୟରେ ମାତ୍ର ୧୬ଟି ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି । ନିର୍ମାଣାଧୀନ ୧୯୧ ପାନୀୟ ଜଳ ପ୍ରକଳ୍ପ ୩ଟି ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ହେବ । ୨୦୨୫ ମାର୍ଚ୍ଚ ସୁଦ୍ଧା ୫୬ଟି ଏବଂ ଡିସେମ୍ବର ସୁଦ୍ଧା ୫୪ଟିର କାର୍ଯ୍ୟ ସରିବ । ବାକି ୮୧ଟି ପ୍ରକଳ୍ପ ୨୦୨୫ ଜୁନ୍ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖିଛି ବିଭାଗ ।

ଏହା ସହ ସେ ପୂର୍ବ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ପୂର୍ବ ସରକାର ପାନୀୟ ଜଳ ଯୋଗାଣ ପାଇଁ ଯେଉଁ ଠିକାଦାରଙ୍କ ସହ ଏଗ୍ରିମେଣ୍ଟ କରିଥିଲେ, ସେମାନେ ୫୮ ପ୍ରତିଶତ ଟଙ୍କା ଉଠାଇ କେବଳ ପାଇପ ବିଛାଇ ପଳେଇଛନ୍ତି। ଇନଟେକ ୱେଲ ନିର୍ମାଣ ହୋଇନି। ଯେଉଁ କାରଣରୁ କାମ ବିଳମ୍ବ ହେଉଛି। ପୂର୍ବ ସରକାରର ଭଲ ସଂଶୋଧକ କରିବା ପାଇଁ ବିଭାଗ ପକ୍ଷରୁ କାର୍ଯ୍ୟ କରାଯାଉଥିବା ମନ୍ତ୍ରୀ କହିଛନ୍ତି ।

ଏହାସହ ୪୮ ପ୍ରତିଶତ ଗ୍ରାମାଞ୍ଚଳର ଜନସଂଖ୍ୟା ଏପର୍ଯ୍ୟନ୍ତ ସ୍ୱଚ୍ଛ ପାନୀୟ ଜଳ ପାଇପାରିନାହାନ୍ତି। ସେମାନଙ୍କୁ ପିଇବା ପାଣି ବୁନ୍ଦାଏ ସଂଗ୍ରହ କରିବାକୁ ଅନେକ ସଂଗ୍ରାମ କରିବାକୁ ପଡ଼ୁଛି। ଆଜି ବିଧାନସଭାରେ ବିଧାୟକ ଟଙ୍କଧର ତ୍ରିପାଠୀ ଏନେଇ ଗୃହରେ ଦୃଷ୍ଟି ଆକର୍ଷଣ କରିଥିଲେ। ଏକ ପ୍ରଶ୍ନରେ ସେ ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାୟକଙ୍କୁ ରାଜ୍ୟର ଗ୍ରାମାଞ୍ଚଳରେ ପିଇବା ପାଣି ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ। ତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମନ୍ତ୍ରୀ କହିଛନ୍ତି ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳରେ ପ୍ରାୟ ୮୮ ଲକ୍ଷ ୬୮ ହଜାର ପରିବାର ବାସ କରନ୍ତି। ଏମାନଙ୍କର ମୋଟ ଜନସଂଖ୍ୟା ୩ କୋଟି ୮୩ ଲକ୍ଷ ୯୬ ହଜାର। ଏଥି ମଧ୍ୟରୁ ଏବେ ସୁଦ୍ଧା ପ୍ରାୟ ୪୬ ଲକ୍ଷ ୧୫ ହଜାର ପରିବାର ତଥା ୨ କୋଟି ୬୩ ହଜାର ଲୋକଙ୍କୁ ଏବେ ପିଇବା ପାଣି ବ୍ୟବସ୍ଥା କରାଯାଇଛି। ପାଇପ ଯୋଗେ ସେମାନେ ପିଇବା ପାଣି ପାଇ ପାରୁଛନ୍ତି। ଏହା ଦ୍ୱାରା ୮୪ ଲକ୍ଷ ୪୬ ହଜାର ପରିବାରଙ୍କୁ ପରିମଳ ବ୍ୟବସ୍ଥା ଯୋଗାଇ ଦିଆଯାଇଛି। ରାଜ୍ୟର ସମସ୍ତ ପରିବାରକୁ ପିଇବା ପାଣି ବ୍ୟବସ୍ଥା କରିବା ଲାଗି ସରକାର କାର୍ଯ୍ୟ କରୁଛନ୍ତି। ନିର୍ମାଣଧିନ ଥିବା ପାଇପ ଜଳ ଯୋଗାଣ ପ୍ରକଳ୍ପ ଗୁଡ଼ିକୁ ୨୦୨୫ ମାର୍ଚ୍ଚ ସୁଦ୍ଧା ଶେଷ କରିବା ଲାଗି ପଦକ୍ଷେପ ନିଆଯାଉଥିବା ଶ୍ରୀ ନାୟକ ସୂଚନା ଦେଇଛନ୍ତି

ଅନ୍ୟପଟେ ବିରୋଧି ଦଳ ବିଧାୟକ ବଦ୍ରି ନାୟାୟଣ ପାତ୍ର ପାନୀୟ ଜଳ ପ୍ରକଳ୍ପକୁ ନେଇ ପ୍ରଶ୍ନକାଳରେ କହିଛନ୍ତି, ପାନୀୟଜଳ କଷ୍ଟ ଆକ୍ରୋଶ ଶିକାର ହୋଇ ନିର୍ବାଚନ ହାରିଛନ୍ତି ବିଧାୟକ । ମୁଁ ନିଜେ ଏହା ଗତ ନିର୍ବାଚନର ଅନୁଭବ କରିଛି । ଯେଉଁମାନେ କମ୍ ଭୋଟରେ ହାରିଛନ୍ତି, ନିର୍ବାଚନ ପୂର୍ବରୁ ପାନୀୟ ଜଳ ପ୍ରକଳ୍ପ ନ ସରିବା ଏହାର ମୁଖ୍ୟ କାରଣ । ଲୋକମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା, ନିର୍ବାଚନ ପୂର୍ବରୁ ପ୍ରକଳ୍ପ ସରିବ । କିନ୍ତୁ ନ ସରିବାରୁ ଲୋକଙ୍କ ଆକ୍ରୋଶ ବଢ଼ିଥିଲା ବୋଲି କହିଛନ୍ତି ଶ୍ରୀଯୁକ୍ତ ପାତ୍ର ।

Leave a Reply

Your email address will not be published. Required fields are marked *