ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ମିଳିବ କ୍ଷୀର । ସ୍କୁଲ ପିଲାମାନଙ୍କୁ ଅଧିକ ପୋଷଣ ଯୋଗାଇଦେବା ପାଇଁ ରାଜ୍ୟ ସରକାର ଏକ ନୂଆ ପ୍ରୟାସ ଆରମ୍ଭ କରିବାକୁ ଯାଉଛନ୍ତି । ଖୁବଶୀଘ୍ର ସ୍କୁଲ ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ ଖାଦ୍ୟ ସହ କ୍ଷୀର ମିଳିବ ବୋଲି ଆଜି ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ସେ କହିଛନ୍ତି ୨୦୦ ଏମଏଲ ଭିଟାମିନ ଏ ଓ ଡି ଯୁକ୍ତ କ୍ଷୀର ଦେବାକୁ ଯୋଜନା କରାଯାଇଛି । ଗିଫ୍ଟ ମିଲ୍କ୍କ ମାଧ୍ୟମରେ ୨୯ଟି ସ୍କୁଲର ୧୧୮୪ ପିଲାଙ୍କୁ ଦିଆଯିବ। ଏହି ଯୋଜନାରେ ପିଲା ମାନଙ୍କ ପୋଷଣରେ ଭିଟାମିନ ରହିବା ପାଇଁ ଏପରି ଅନେକ ବ୍ୟବସ୍ଥା କରାଯିବ । ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ରାଷ୍ଟ୍ରୀୟ ପଶୁଧନ ଗୋକୁଳ ଯୋଜନାରେ ଦୁଗ୍ଧ ଉତ୍ପାଦନ ସଶକ୍ତ କରାଯିବ । ଗୋକୁଳ ଯୋଜନାରେ ୩୦୦୦ ଗାଈ ଦେବାର ବ୍ୟବସ୍ଥା କାଲି କରାଯାଇଛି । ଅର୍ଥନୈତିକ ବିକାଶ ଅର୍ଥନୈତିକକୁ ସୁଧାର କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । Post navigation ଭୁବନେଶ୍ଵର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ଵାଗତ କଲେ ଦଳୀୟ କର୍ମୀ ଏବଂ ସାଧାରଣ ଜନତା ମକର ସଂକ୍ରାନ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମକର ସ୍ନାନ