ପ୍ରାଥମିକ ସ୍କୁଲର ମଧ୍ୟାହ୍ନ ଭୋଜନ ପାଇଁ ଖର୍ଚ୍ଚ ବଢ଼ାଇଲେ ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ପୋଷଣ ସ୍କିମ୍ରେ ଖର୍ଚ୍ଚ ବଢ଼ାଇଥିବା ସୂଚନା ମିଳିଛି । ଆସନ୍ତା କାଲିଠୁ ବର୍ଦ୍ଧିତ ଖର୍ଚ୍ଚ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରଥମରୁ ୫ମ ଶ୍ରେଣୀ ପିଲାଙ୍କ ପାଇଁ ସରକାର ପୂର୍ବରୁ ଜଣକ ପିଛା ୫ ଟଙ୍କା ୯୦ ପଇସା ଦେଉଥିବାବେଳେ ଏବେ ସେଥିରେ ୧ଟଙ୍କା ୭୪ ପଇସା ବୃଦ୍ଧି କରି ୭ ଟଙ୍କା ୬୪ ପଇସା ପ୍ରଦାନ କରିବେ। ସେହିପରି ୬ଷ୍ଠରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନଭୋଜନ ଖର୍ଚ୍ଚ ୧୦ ଟଙ୍କା ୯୪ ପଇସାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଶ୍ରେଣୀର ପିଲାଙ୍କ ପିଛା ସରକାର ୮ଟଙ୍କା ୮୨ପଇସା ଖର୍ଚ୍ଚ କରୁଥିଲେ। Post navigation ବାତ୍ୟା ପାଇଁ ଚେନ୍ନାଇରେ ବିମାନ ଉଡ଼ାଣ ବନ୍ଦ ୨୦୨୭ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ମେଟ୍ରୋ: ଅପରାଜିତା ଷଡ଼ଙ୍ଗୀ