ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ପରିସରରେ ହୋଇଥିବା ଇଣ୍ଟର ମେଡିକାଲ କଲେଜ ମିଟରେ ଗଣ୍ଡଗୋଳ। ଗତକାଲି ସନ୍ଧ୍ୟାରେ ବୁର୍ଲା, କଟକ ଏସସିବି ମେଡିକାଲର ଛାତ୍ରଛାତ୍ରମାନେ ଏମକେସିଜି ମେଡିକାଲକୁ ଆସିଥିଲେ। କଟକ ଓ ବୁର୍ଲା ଛାତ୍ର ମାନଙ୍କ ସହ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଛାତ୍ରମାନଙ୍କ ଗଣ୍ଡଗୋଳ ହୋଇଥିଲା। ଏ ଘଟଣା ପରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ଏମ୍କେସିଜି ମେଡିକାଲ କଲେଜ ଡିନ୍ । ଏହା ପରେ ଗଣ୍ଡଗୋଳରେ ଆହତ ହୋଇ ଚିକିତ୍ସିତ ହୋଉଥିବା ଛାତ୍ରମାନେ କଟକ ଫେରି ଯାଇଥିବା ଜଣାପଡିଛି। ଅନ୍ୟପଟେ ଏଭଳି ଘଟଣା ଘଟିବା ପରେ ଏମକେସିଜି ମେଡିକାଲ କଲେଜ ଡିନ ପ୍ରଫେସର ଗୀତାଞ୍ଜଳି ଦାଶ ଏହାକୁ ନିନ୍ଦା କରିଛନ୍ତି। ଇଣ୍ଟର ମେଡିସ ପ୍ରତିଯୋଗିତା ମେଡିକାଲ ଛାତ୍ର ଛାତ୍ରଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ପାଇଁ ଅନୁଷ୍ଠିତ ହୋଇଥାଏ। ହେଲେ ଅନ୍ୟ ମେଡିକାଲ କଲେଜ ଛାତ୍ରଙ୍କୁ ଆକ୍ରମଣ ଘଟଣା ପାଇଁ ଦୁଃଖ ଦାୟକ। ସୂଚନା ଯୋଗ୍ୟ; ସୋମବାର ରାତିରେ ବୁର୍ଲା ମେଡିକାଲ କଲେଜ ଛାତ୍ର ଏମକେସିଜିରେ ପହଞ୍ଚିଥିଲେ। ହେଲେ ସେଠାରେ ଦୁଇ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ହୋଇଥିଲା। ଏହା ପରେ କଟକ ମେଡିକାଲ କଲେଜର ୧୧୦ ଡାକ୍ତରୀ ଛାତ୍ରଛାତ୍ରୀ ଏମକେସିଜିରେ ପହଞ୍ଚିଥିଲେ । ତେବେ ତାଙ୍କୁ ସ୍ବାଗତ ବେଳେ ପଥର ମାଡ଼ ହୋଇଥିଲା। ପରେ ସେମାନଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାଗତ ନାଁରେ ସେମାନଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଯେଉଁ ବସ୍ରେ ପିଲାମାନେ ଯାଇଥିଲେ ସେ ବସ୍ ବି ଭାଙ୍ଗି ଦେଇଛନ୍ତି ଏମ୍କେସିଜି ଛାତ୍ରଛାତ୍ରୀ । Post navigation ନୂଆପଡ଼ା ଉପନିର୍ବାଚନ: ବସନ୍ତ ପଣ୍ଡାଙ୍କୁ ଭେଟି ଆଶୀର୍ବାଦ ନେଲେ ଜୟ ଢୋଲକିଆ ସବୁ ଜେଲ୍କୁ ସରପ୍ରାଇଜ୍ ଭିଜିଟ୍ ପାଇଁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଜେଲ୍ ଡିଜିଙ୍କ ନିର୍ଦ୍ଦେଶ