ବୈଦେଶିକ ମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ କରି ଆଜି ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛି । ପାକିସ୍ତାନ ଅଧିକୃତ କାଶ୍ମୀର ବ ଅବୈଧ ଅଧିକୃତ ଭାରତୀୟ ଅଞ୍ଚଳ ପିଓକେ ପାକିସ୍ତାନ ଖାଲି କରୁ ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି । ଜାମ୍ମୁ କାଶ୍ମୀର ସହ ଜଡ଼ିତ ଯେକୌଣସି ପ୍ରସଙ୍ଗ ସବୁବେଳେ ଦ୍ୱିପାକ୍ଷିକ, ଏଥିରେ କୌଣସି ତୃତୀୟ ପକ୍ଷକୁ ଗ୍ରହଣ କରାଯିବ ନାହିଁ ବୋଲି ସେ କହିଛନ୍ତି । ସେ କହିଛନ୍ତି, ପିଓକେକୁ ବେଆଇନ୍ ଭାବେ କବ୍ଜା କରିଛି ପାକିସ୍ତାନ । ଏହାକୁ ତୁରନ୍ତ ଖାଲି କରିବାର ଆବଶ୍ୟକତା ରହିଛି । ଭାରତର ଏକ ଦୀର୍ଘକାଳୀନ ଜାତୀୟ ନୀତି ଅଛି । ସେହି ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ଜୟସୱାଲ କହିଛନ୍ତି । ପାକିସ୍ତାନକୁ ଗୁଳିର ଜବାବ, ଗୁଳିରେ ଦିଆଯିବ । ଅସ୍ତ୍ରବିରତି ପାଇଁ ଭାରତୀୟ ସେନାର ପରାକ୍ରମ ବାଧ୍ୟ କଲା । ପ୍ରଥମେ ପାକିସ୍ତାନ ଅସ୍ତ୍ରବିରତି ପାଇଁ ଗୁହାରି କରିଥିଲା । ମେ’ ୧୦ ରେ ପାକିସ୍ତାନରୁ ଫୋନ୍ କଲ୍ ଆସିଥିଲା । ତେବେ ସିନ୍ଧୁ ଚୁକ୍ତି ଏବେ ବି ରଦ୍ଦ ରହିବ । ଭାରତ-ପାକିସ୍ତାନ ଉତ୍ତେଜନା ବେଳେ ଆମେରିକା ସହ ଆଲୋଚନା ହୋଇଛି କିନ୍ତୁ ସେହି ସମୟରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଆଲୋଚନା ହୋଇନି । ଯେପର୍ଯ୍ୟନ୍ତ ପାକିସ୍ତାନ ଅବିଶ୍ୱସନୀୟ କାର୍ଯ୍ୟ କରୁଥିବ ଏବଂ ସୀମାପାର ଆତଙ୍କୀଙ୍କୁ ସମର୍ଥନ ବନ୍ଦ ନ କରିବ ସେବେ ଯାଏଁ ନିଷ୍ପତ୍ତି ବଳବତ୍ତର ରହିବ ବୋଲି ବୈଦେଶିକ ମନ୍ତ୍ରାଳୟ ତରଫରୁ କୁହାଯାଇଛି । Post navigation ଭାରତ ମାତା କୀ ଜୟ ଶୁଣିଲେ ଥରୁଛି ଶତ୍ରୁଙ୍କ ଛାତି: ନରେନ୍ଦ୍ର ମୋଦି