ବିଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଯାଇଛି। ଏଥିମଧ୍ୟରୁ ମୟୂରଭଞ୍ଜ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷିଠାରେ ରାଜ୍ୟର ସର୍ବାଧିକ ୩୦୯.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ମୟୂରଭଞ୍ଜ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ଭାରି ବର୍ଷା ଦେଖିବାକୁ ମିଳିଛି। ସରସକଣାରେ ୨୯୭.୦ ମିମି, ଜାମଶୋଳାଘାଟରେ ୨୮୫.୨ ମିମି ଏବଂ ଚନ୍ଦନପୁରରେ ୨୫୯.୦ ମିମି ବର୍ଷା ରେକର୍ଡ ହୋଇଛି। ଏହା ବ୍ୟତୀତ ବିଜାତଳାରେ ୧୪୦.୦ ମିମି, ବହଳଦାରେ ୧୨୫.୦ ମିମି, ଜାମଦାରେ ୧୧୩.୦ ମିମି, କୁସୁମିରେ ୧୦୪.୦ ମିମି, ନୱାନାରେ ୯୯.୮ ମିମି, ଚାନ୍ଦୁଆରେ ୯୪.୦ ମିମି ଏବଂ ବାରିପଦାରେ ୭୩.୬ ମିମି ବର୍ଷା ହୋଇଛି।

ସେହିପରି ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ଼ରେ ୮୧.୦ ମିମି ଓ ଲହୁଣୀପଡ଼ାରେ ୭୫.୬ ମିମି ଏବଂ ବୌଦ୍ଧ ଜିଲ୍ଲାର କଣ୍ଟାମାଳରେ ୬୬.୦ ମିମି ବର୍ଷା ରେକର୍ଡ କରାଯାଇଛି।

ଆଇଏମଡି (IMD) ର ରିପୋର୍ଟ ଅନୁସାରେ, ଗତ ୨୪ ଘଣ୍ଟାରେ ରାଜ୍ୟର ୪ଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ, ୬ଟି ସ୍ଥାନରେ ପ୍ରବଳ ଏବଂ ୮ଟି ସ୍ଥାନରେ ଭାରି ବର୍ଷା ରେକର୍ଡ କରାଯାଇଛି ।

 

Leave a Reply

Your email address will not be published. Required fields are marked *