Matric Supplementary Exam From July 1
ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ପକ୍ଷରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି ।
 
ଏହି ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇ ୧୦ ତାରିଖ ଯାଏଁ ଚାଲିବ । ଏହି ପରୀକ୍ଷା ଗୋଟିଏ ସିଟିଂରେ ସକାଳ ୯ ଟାରୁ ଆରମ୍ଭ ହୋଇ ଦିନ ସାଢ଼େ ୧୧ ଟା ଯାଏଁ ଚାଲିବ । କେବଳ ଗଣିତରେ ଛାତ୍ରଛାତ୍ରୀଙ୍କୁ ଅଧିକ ୧୫ ମିନିଟ୍‌ ମିଳିବ ।
 
ମାଟ୍ରିକ ପରୀକ୍ଷାରେ ଫେଲ ହୋଇଥିବା ଛାତ୍ରଛାତ୍ରୀ, ଏମପି ହୋଇଥିବା ଛାତ୍ରଛାତ୍ରୀ ଏବଂ ପରୀକ୍ଷାରେ ଅନୁପସ୍ଥିତ ରହିଥିବା ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇପାରିବେ ।
 
ସୂଚନା ଅନୁଯାୟୀ, ମେ ୨୬ ତାରିଖ ଯାଏଁ ମାଟ୍ରିକ ସପ୍ଲିମେଣ୍ଟାରୀ ପାଇଁ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ ।
 
 
 

By Nirvay

Leave a Reply

Your email address will not be published. Required fields are marked *