ସରିଲା ମାଟ୍ରିକ ପରୀକ୍ଷା। ଆସନ୍ତା ମେ ମାସରେ ବାହାରିବ ରେଜଲ୍ଟ। ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ୍ ରେଜଲ୍ଟ। ଆସନ୍ତା ୧୯ରୁ ସବଜେକ୍ ଟିଭ୍ ଖାତା ଦେଖା ଆରମ୍ଭ ହେବ। ମୋଟ୍ ୫୫ କେନ୍ଦ୍ରରେ ୧୫ ହଜାର ନୀରିକ୍ଷକ ନିୟୋଜିତ ହୋଇଛନ୍ତି। ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ। ବିଏସଇ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି ଯେ ରାଜ୍ୟର କୌଣସି ସ୍ଥାନରୁ କୌଣସି ପ୍ରକାରର ଅବହେଳା କିମ୍ବା ନିୟମ ଉଲ୍ଲଂଘନର ରିପୋର୍ଟ ହୋଇନାହିଁ। କିଛି କେନ୍ଦ୍ରରେ କିଛି ସାମାନ୍ୟ ପ୍ରସଙ୍ଗକୁ ଛାଡି ଦେଲେ, ପରୀକ୍ଷା ସୁରୁଖୁରୁରେ ସମାପ୍ତ ହୋଇଛି । ଯଦି ପ୍ରକ୍ରିୟା ବିନା ବାଧାରେ ଚାଲିବ, ତେବେ ଫଳାଫଳ ୨୦୨୬ ମଇ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଘୋଷଣା କରାଯିବ ବୋଲି ଆଶା କରାଯାଉଛି। ଚଳିତବର୍ଷ ଫେବ୍ରୁଆରୀ ୧୯ ତାରିଖରୁ ମାର୍ଚ୍ଚ ୨ ତାରିଖ ଯାଏ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ୩୦୮୨ ସେଣ୍ଟରରେ ୫ ଲକ୍ଷ ୬୧ ହଜାର ୯୭୯ ପିଲା ପରୀକ୍ଷା ଦେଇଛନ୍ତି । ଚଳିତ ବର୍ଷ କୌଣସି ପିଲା କପି କରିବାରେ ଧରାପଡ଼ିନାହାଁନ୍ତି । ଯାହାକି ମାଟ୍ରିକ ପରୀକ୍ଷା ଇତିହାସରେ ପ୍ରଥମ ବୋଲି କହିଛନ୍ତି ବୋର୍ଡ ସଭାପତି । ପ୍ରଶ୍ନପତ୍ର ଲିକ୍, କପି, ହିଂସା ଭଳି ଘଟଣା ଘଟିନାହିଁ । ମୋଟ୍ ୩ ହଜାର ୮୨ଟି ସେଣ୍ଟରରେ ସିସିଟିଭି ବ୍ୟବସ୍ଥା କରାଯାଇଥିଲା । ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଲାଗି ଅତିରିକ୍ତ ୫୦ ମିନିଟ୍ ସମୟ ଦିଆଯାଇଥିଲା । ଓଏମ୍ଆର୍ ବା ଓବଜେକ୍ଟିଭ୍ ଖାତା ଦେଖା ଆରମ୍ଭ ହୋଇସାରିଲାଣି । Post navigation Taliban Strikes Pakistan: ପାକିସ୍ତାନ ଉପରେ ଆଫଗାନିସ୍ତାନର ଏୟାରଷ୍ଟ୍ରାଇକ; ନୁର ଖାନ ଏୟାରବେସ୍ ଛାରଖାର Rajya Sabha Election: ରାଜ୍ୟସଭା ନିର୍ବାଚନ ପାଇଁ ୧୬ ସେଟ୍ ଫର୍ମ କିଣିଲା ବିଜେପି