ମେ’ ୨ୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ଆଉ ଦୁଇଦିନରେ ସରିବ ମାଟ୍ରିକ ଖାତା ଦେଖା । ଏହାରି ମଧ୍ୟରେ ମାଟ୍ରିକ୍ ରେଜଲ୍ଟକୁ ନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ସେ କହିଛନ୍ତି ଆଉ ଦୁଇ ଦିନ ମଧ୍ୟରେ ସରିବ ଖାତା ଦେଖା । ଏଆଇ ଏବଂ କ୍ୟୁଆର୍ କୋର୍ଡ ଦ୍ବାରା ପରୀକ୍ଷା ପରିଚାଳନା ସଫଳ ହୋଇଛି । ବିଜ୍ଞାନ ପ୍ରଶ୍ନପତ୍ରରେ ୪ ମାର୍କ କମ୍ ନେଇ କିଛି ଅସୁବିଧା ହେବନି । ଗ୍ରେସ୍ ମାର୍କ ସମ୍ପର୍କରେ ପରିଚାଳନା କମିଟି ନିଷ୍ପତ୍ତି ନେବ । ଅନ୍ୟପଟେ ମେ ମାସ ୨ୟ ସପ୍ତାହରେ ମାଟ୍ରିକ ଫଳ ପ୍ରକାଶନ ଲାଗି ସମୟ ଧାର୍ଯ୍ୟ ରହିଥିବାରୁ ଟାବୁଲେସନ କିପରି ତ୍ରୁଟିଶୂନ୍ୟ ହୋଇପାରିବ ସେଥିପାଇଁ ବୋର୍ଡ କତ୍ତୃପକ୍ଷ ଗୁରୁତ୍ୱ ଦେଇଛନ୍ତି । ଏଥିଲାଗି ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ସହିତ କର୍ତ୍ତୃପକ୍ଷ ସମୀକ୍ଷା କରିଛନ୍ତି । ସୂଚନା ଅନୁସାରେ ଫେବ୍ରୁଆରୀ ୨୧ ତାରିଖରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ରାଜ୍ୟରେ ହୋଇଥିବା ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୨୨ ହଜାର ୩୩୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ମାର୍ଚ୍ଚ ୧୯ ତାରିଖରୁ ଆରମ୍ଭ ହୋଇଥିଲା ମାଟ୍ରିକ ଖାତାଦେଖା । ଯେଉଁଥିରେ ପ୍ରାୟ ୧୨ ହଜାର ଶିକ୍ଷକ ଶିକ୍ଷୟତ୍ରୀ ନିୟୋଜିତ ହୋଇଥିଲେ । ମାଟ୍ରିକ୍ ଖାତା ମୂଲ୍ୟାୟନ ଶେଷ ହୋଇଛି । କେବଳ କିଛି ଅନ୍ୟ ଭାଷା ଉତ୍ତର ଖାତା ଯଥା ବେଙ୍ଗଲି, ତେଲୁଗୁ, ଉର୍ଦ୍ଧୁ ଭାଷାର ଖାତା ବୋର୍ଡ ଅଫିସ ପରିସରରେ ମୂଲ୍ୟାୟନ ଚାଲିଛି । Post navigation ପ୍ରଥମଥର ନବୀନ ନିବାସରେ ପଡ଼ିଲା ନବୀନ ମୁର୍ଦ୍ଦାବାଦ ନିବେଶକ ସମ୍ମିଳନୀରେ ୧୩ଟି ଏମ୍ଓୟୁ ସ୍ବାକ୍ଷରିତ