ଯାଜପୁର ଜିଲ୍ଲା ଧର୍ମଶାଳାର ଆରୁହା ପାହାଡ଼ ଖଣି ଖାଦାନରେ ଖଣି ବିଭାଗର ରେଡ୍‌ । ବେଆଇନ ଖଣି ଖନନ ଅଭିଯୋଗରେ ରେଡ୍‌ କରାଯାଇଥିବା ସୂଚନା । ଏହି ଚଢାଉରେ ୭ ଜେସିବି, ୬ କମ୍ପ୍ରେସର, ୨ଟି ହାଇୱା ଜବତ ହୋଇଛି। ଏହା ସହ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିବା ଜଣାପଡିଛି।

ଦିନକୁ ଦିନ ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଆରୁହା ପାହାଡ଼ ଖଣି ମାଫିଆଙ୍କ ଚରାଭୂଇଁ ପାଲଟିଛି । ପାହାଡ଼ରେ ବ୍ୟାପକ ମାତ୍ରାରେ ବେଆଇନ ପଥର ଖନନ ହେଉଚୁ । ପରିବହନ ଅନୁମତି ନ ଥାଇ କୋଟି କୋଟି ଟଙ୍କାର କଳା ପଥର ଚୋରା ଚାଲାଣ କରାଯାଉଛି । ଏହାସହ ବ୍ଲାଷ୍ଟିଂ ମଧ୍ୟ ହେଉଛି । ଫଳରେ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ସ୍ଥାନୀୟ ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ପରେ ଖଣି ବିଭାଗର ଚଢ଼ାଉ ହୋଇଥିବା ଜଣାପଡିଛି ।

ଏହା ସହ ବେଆଇନ ଖନନ ଓ କଳାପଥର ଚୋରା ଚାଲାଣକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଯଦି ପ୍ରଶାସନ ଏହି ବେଆଇନ କାର୍ଯ୍ୟକୁ ବନ୍ଦ ନକରେ ତାହେଲେ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *