ଓଡ଼ିଶା ପୋଲିସ ଏସ୍ଆଇ ପଦବୀର ବଡ଼ ଜାଲିଆତି ଏବେ ସମ୍ନାକୁ ଆସିଛି। ବ୍ରହ୍ମପୁର ପୋଲିସ ଦ୍ବାରା ଶତାଧିକ ଏସ୍ଆଇ ପରୀକ୍ଷାର୍ଥୀ ଅଟକ ସୂଚନା । ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମରେ ପୋଲିସ ଧରିଥିବା ସୂଚନା । ଏସ୍ଆଇ ପରୀକ୍ଷା ଜାଲିଆତି ପାଇଁ ହାଇଦ୍ରାବାଦ ଯାଉଥିବା ବେଳେ ଧରାପଡ଼ିଲେ ୧୨୦ ଜଣ ପରୀକ୍ଷାର୍ଥୀ। ପରୀକ୍ଷା ଦାୟିତ୍ବ ନେଇଥିବା ସଂସ୍ଥା ଜାଲିଆତି କରିବାକୁ ଏମାନଙ୍କୁ ନେଉଥିବା ସୂଚନା । ଶ୍ରୀକାକୁଲମରେ ଧରାପଡ଼ିବା ପରେ ବ୍ରହ୍ମପୁର ଆଣି ପୋଲିସର ପଚରାଉଚରା ।ଓଡ଼ିଶା ପୋଲିସ ଏସ୍ଆଇ ପଦବୀର ବଡ଼ ଜାଲିଆତି ପଦାରେ ପଡ଼ିଥିବା ଚର୍ଚ୍ଚା । ସୂଚନା ଯୋଗ୍ୟ; ଓଡ଼ିଶା ପୋଲିସର ସବ୍ ଇନ୍ସପେକ୍ଟର ପଦବୀ ପାଇଁ ହେବାକୁ ଥିବା ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ପାଇଁ ବଡ଼ ଯୋଜନା ପ୍ରସ୍ତୁତ କରାଯାଇଥିଲା । ପରୀକ୍ଷାର୍ଥୀଙ୍କୁ ୩ଟି ବସରେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ନିଆଯାଉଥିଲା। ସେଠାରେ ରଖି ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ସହ ଉତ୍ତର କୁହାଯାଇଥାଆନ୍ତା । ଭଲ ଭାବେ ପ୍ରସ୍ତୁତ ହେବା ପରେ ପରୀକ୍ଷା ଦେଇଥାଆନ୍ତେ । କିନ୍ତୁ ଏହା ପୂର୍ବରୁ ପୋଲିସ ଏହି ଷଡ଼ଯନ୍ତ୍ର ବାବଦରେ ଅବଗତ ହୋଇଛି । ୧୨୦ ଜଣ ପରୀକ୍ଷାର୍ଥୀଙ୍କୁ ଗୁଇନ୍ଦା ସୂଚନା ଆଧାରରେ ଧରିଲା ବ୍ରହ୍ମପୁର ପୁଲିସ । Post navigation ୱେଟ୍ ଆଣ୍ଡ ୱାଚ୍ ପଲିସିକୁ ଆପଣାଇପାରେ ଆରବିଆଇ ଓଡ଼ିଶା ପୋଲିସ ଏସ୍ଆଇ ପରୀକ୍ଷା ପାଇଁ ଜାରି ହେଲା ହେଲ୍ପ ଲାଇନ୍ ନମ୍ବର