ପୁରୀ ଜିଲ୍ଲା ସତ୍ୟବାଦୀରେ ସୋମବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୩୦ ବଖରାରୁ ଅଧିକ ଜଳି ପୋଡ଼ି ଛାରଖାର ହୋଇଯାଇଛି। ଏଥିସହ ୩ ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି।ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ଘରର ଆସବାବ ପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। କିପରି ନିଆଁ ଲାଗିଲା ତାର କାରଣ ଜଣାପଡ଼ିନାହିଁ।

Leave a Reply

Your email address will not be published. Required fields are marked *