ଭୁବନେଶ୍ୱର ଧଉଳି ଲିଙ୍ଗିପୁର ନିକଟରେ ଥିବା ସୁପର ମାର୍ଟରେ ଅଗ୍ନିକାଣ୍ଡ ଘଟିଯାଇଛି । ଗତକାଲି ରାତି ୧୦ଟାରୁ ସୁପରମାର୍ଟର ୩ୟ ମହଲାରେ ନିଆଁ ଲାଗିଥିବା ଏ ପର୍ଯ୍ୟନ୍ତ ଆୟତ୍ତ ହୋଇପାରିନି ନିଆଁ । ତୃତୀୟ ମହଲାରେ ଥିବା ଅନେକ ପ୍ଲାଇ,ପ୍ଲାଷ୍ଟିକ ଓ କପଡ଼ା ଯୋଗୁଁ ନିଆଁଟି ଭୟାନକ ରୂପ ନେଇଥିଲା । ଯାହା ଫଳରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି । ନିଆଁ ଲିଭାଇବାରେ ଲାଗିଛି ଅଗ୍ନିଶମବାହିନୀ। ତଥାପି ଏଯାଏଁ ଆୟତ୍ତ ହୋଇପାରିନି।

ଅନ୍ୟପଟେ ସୁପରମାର୍ଟର ତୃତୀୟ ମହଲାରେ ନିଆଁ ଲାଗିଥିବା ବେଳେ ଫସି ଥିବା କିଛି ଲୋକଙ୍କୁ ଉଦ୍ଧାର କରାଯାଇଛି।

ବର୍ତମାନ ସୁଦ୍ଧା ୪୦ଟି ଅଗ୍ନିଶମ ଗାଡି ନିଆଁ ଲିଭାରେ ନିୟୋଜିତ ଅଛନ୍ତି । ଦମକଳ ବାହିନୀରୁ ଅତ୍ୟାଧୁନିକ କ୍ରେନ୍ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛି । ନିଆଁର କୋପ ଏତେ ତୀବ୍ର ଥିଲା ଯେ ଆଖପାଖରେ ଥିବା ଦୋକାନ ଓ ମାର୍କେଟ କମ୍ପ୍ଲେକ୍ସକୁ ବ୍ୟାପିବାର ଭୟ ମଧ୍ୟ ଦେଖାଯାଇଥିଲା । ଏହି ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ତେବେ ବିଦ୍ୟୁତ୍ ସର୍ଟ୍ ସର୍କିଟ୍ କିମ୍ବା ଅନ୍ୟ କୌଣସି ଅସାବଧାନତା ଯୋଗୁଁ ଏହା ହୋଇଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ପୁଲିସ୍ ଓ ଅଗ୍ନିଶମ ବାହିନୀ ତଦନ୍ତ ଜାରି ରଖିଛନ୍ତି । ଏହି ଘଟଣାରେ ବ୍ୟାପକ ଆର୍ଥିକ କ୍ଷତି ହୋଇଛି ।

Leave a Reply

Your email address will not be published. Required fields are marked *