ନିକଟ ରେ ହୋଇଥିବା ଲଭ ଜିହାଦ କେସ ରେ ଏକ ନୂଆ ମୋଡ଼ ଆସିଛି | ସମୀର ମନସୁର ଠାରୁ ଜବତ ହୋଇଥିବା ମୋବଇଲ ରୁ ଅନ୍ୟ ଯୁବତୀ ଙ୍କ ଅଶ୍ଳୀଳ ଭିଡିଓ ଥିବା ପ୍ରକାଶ କରିଛି ପୋଲିସ | ତଦନ୍ତ ପରେ ଜଣା ପଡିଛି ମୁସଲମାନ ସମାଜ ହିନ୍ଦୁ ଝିଅ କୁ ବିବାହ କରି ଧର୍ମ ପରିବର୍ତନ କରାଇଲେ ମୋଟା ଅଙ୍କ ର ଟଙ୍କା ଦିଏ, ଏହି ଲୋଭ ରେ ଯୁବକ ଜଣକ ଏପରି କାଣ୍ଡ କରିଥିବା ନେଇ ପୋଲିସ ସୁଚନା ଦେଇଛି | ଗତ ସୁଚନା ଅନୁଯାୟୀ ଓଡ଼ିଶାର ଜଣେ ଯୁବତୀ ସମୀର ମନସୁର ନାମକ ଏକ ମୁସଲମାନ ବ୍ଯକ୍ତିଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ ଯିଏ ନିଜର ପ୍ରକୃତ ପରିଚୟ ଲୁଚାଇ ରଖିଥିଲେ ଏବଂ ହିନ୍ଦୁ ହେବା ଭଳି ଅଭିନୟ କରିଥିଲେ। ଯେତେବେଳେ ତାଙ୍କର ପ୍ରକୃତ ପରିଚୟ ପ୍ରକାଶ ପାଇଲା, ସେ ତାଙ୍କୁ ବିବାହ ପାଇଁ ଇସଲାମକୁ ଧର୍ମାନ୍ତରିତ କରିବାକୁ ଚାପ ପକାଇଥିଲେ। ସେ ସୋସିଆଲ ମିଡିଆରେ ଅନ୍ତରଙ୍ଗ ଭିଡିଓ ଲିକ୍ କରିବା ସହ , ତାଙ୍କୁ ବ୍ଲାକମେଲ୍ କରି ତାଙ୍କ ପରିବାରଠାରୁ ପାଞ୍ଚ ଲକ୍ଷ ଟଙ୍କା ଆଦାୟ କରିଥିଲେ।

ମହିଳା ଏବଂ ତାଙ୍କ ପରିବାର ଭୁବନେଶ୍ୱରର ମହିଳା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ଯେ ମନସୁର ତାଙ୍କୁ ଏବଂ ତାଙ୍କ ପରିବାରକୁ ମାନସିକ ନିର୍ର୍ଯ୍ୟାତନା ଦେଉଥିଲେ। ବାଟରେ ପୋଲିସ ମନସୁର କୁ ଗିରଫ କରିଥିଲା ଏବଂ ତାଙ୍କ ମୋବାଇଲ୍ ଫୋନ୍ ଜବତ କରାଯାଇ ପୀଡ଼ିତାଙ୍କ ବିବୃତ୍ତି ରେକର୍ଡ କରାଯାଇଥିଲା |

By Nirvay

Leave a Reply

Your email address will not be published. Required fields are marked *