ନରୱେଜିଆନ ନୋବେଲ କମିଟି ପକ୍ଷରୁ ୨୦୨୫ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି । ଚଳିତ ବର୍ଷ ଭେନେଜୁଏଲାର ବିରୋଧୀ ନେତା ମାରିଆ କୋରିନାଙ୍କୁ ଏହି ମର୍ଯ୍ୟାଦାଜନକ ନୋବେଲ ସମ୍ମାନ ପ୍ରଦାନ କରାଯାଇଛି । ଭେନେଜୁଏଲାର ଲୋକଙ୍କ ପାଇଁ ଗଣତାନ୍ତ୍ରିକ ଅଧିକାରକୁ ପ୍ରୋତ୍ସାହିତ କରିବା ଏବଂ ଏକଛତ୍ରବାଦରୁ ଗଣତନ୍ତ୍ରକୁ ରକ୍ଷା କରିବା କ୍ଷେତ୍ରରେ ଲଢ଼େଇ କରିଥିବା ତାଙ୍କର ଅକ୍ଳାନ୍ତ ପରିଶ୍ରମକୁ କମିଟି ସ୍ୱୀକୃତି ଦେଇଛି । ହିଂସା କିମ୍ବା ସଶସ୍ତ୍ର ପ୍ରତିବାଦ ବଦଳରେ ସେ ଶାନ୍ତିପୂର୍ଣ୍ଣ ଗଣ ଆନ୍ଦୋଳନ ଏବଂ ରାଜନୈତିକ ଆଲୋଚନା ମାଧ୍ୟମରେ ପରିବର୍ତ୍ତନ ଆଣିବାକୁ ଶ୍ରେୟ ମନେ କରିଥିଲେ ।

ଅନ୍ୟପକ୍ଷରେ ଅନେକ ପ୍ରଚାର ସତ୍ତ୍ବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିପାରିନାହିଁ । ଗତ କିଛି ମାସ ହେବ ଅନେକ ଦେଶ ମଧ୍ୟରେ ଯୁଦ୍ଧର ସମାପ୍ତି କରି ଶାନ୍ତି ଆଣିଥିବା ଦାବି କରିଆସୁଥିବା କହୁଥିଲେ ଟ୍ରମ୍ପ । ଏହା ସହ ସେ ହିଁ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ ବୋଲି ଦାବି କରୁଥିଲେ । ହେଲେ ଆଜି ତାଙ୍କର ସେ ସ୍ବପ୍ନ ଭାଙ୍ଗିଯାଇଛି ।

By Nirvay

Leave a Reply

Your email address will not be published. Required fields are marked *