ସୁଭଦ୍ରାକୁ ନେଇ ଆସିଲା ବଡ଼ ଘୋଷଣା। ମାର୍ଚ୍ଚ ୩୧ ହେଉଛି ସୁଭଦ୍ରା ଯୋଜନାରେ ଆବେଦନର ଶେଷ ତାରିଖ। ଯେଉଁମାନେ ଯୋଗ୍ୟ ହିତାଧିକାରୀ ଏବଂ ସୁଭଦ୍ରା ଯୋଜନାରେ ଆବେଦନ କରିନାହାନ୍ତି। ସେମାନଙ୍କ ପାଇଁ ଚଳିତ ମାସ ତଥା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଡେଟଲାଇନ୍ ରହିଛି ଆବେଦନ ପାଇଁ। ଏ ନେଇ ଆଜି ସୂଚନା ଦେଇଛନ୍ତି ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଉପମୁଖ୍ୟମନ୍ତ୍ରୀ କହିଛନ୍ତି ମାର୍ଚ୍ଚ ୩୧ ଭିତରେ ଯେଉଁମାନେ ଆବେଦନ କରିଥିବେ ଏକକାଳୀନ ୩ ଟି କିସ୍ତିର ଟଙ୍କା ପାଇବେ। ରାକ୍ଷୀ ପୂର୍ଣ୍ଣିମାରେ ଏକକାଳୀନ ୩ଟି କିସ୍ତିରେ ଟଙ୍କା ପାଇବେ । ଏହା ସହ ଏବେ ‘ସୁଭଦ୍ରା’ ମ୍ୟାଜିକ୍ ନମ୍ବର କୋଟିଏରୁ ଊର୍ଦ୍ଧ୍ବ ଛୁଇଁଛି । ୮ ମାସରେ ଗୋଟିଏ ଯୋଜନା ହୋଇ ଏଥିରେ ସାମିଲ୍ ହୋଇଛନ୍ତି କୋଟିଏ ମହିଳାଙ୍କୁ । ଆଉ ଯଦି ଏହାକୁ ହାତ ଛଡ଼଼ା କରନ୍ତି। ଆଉ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ନାହିଁ। Post navigation ବେଆଇନ ବାଲି ଚାଲାଣ ବେଳେ ଚଢାଉ; ୧୯ଟି ବାଲି ଟ୍ରକ ଜବତ ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ଅଣ୍ଡାର ମୂଲ୍ୟ ବୃଦ୍ଧି