ଓଡିଶା ଓ ଛତିଶଗଡ ସୀମାରେ ଦିନକୁ ଦିନ ମାଓ ହିଂସା ବଢିବାରେ ଲାଗିଥିବା ବେଳେ ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି। ଏକ ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟି ପିଟି ମାରିଦେଇଛନ୍ତି ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ୧୬ ବର୍ଷର ଦଶମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ମୃତ ଛାତ୍ର ଜଣକ ହେଲେ ସୋୟମ ଶଙ୍କର ।

ସୂଚନା ଅନୁସାରେ ଏକ ସପ୍ତାହ ପୂର୍ବରୁ ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ସୋୟମ ଶଙ୍କରଙ୍କ ଭାଇ ସୋୟମ ସୀତାରାମଙ୍କୁ ଗାଁରେ ଗୋଡ଼ାଇ ବାଡ଼ିରେ ପିଟି ପିଟି ହତ୍ୟା କରିଥିବା ବେଳେ ଏକ ସପ୍ତାହ ନ ପୁରୁଣୁ ସୋୟମ ଶଙ୍କରଙ୍କୁ ମାଓବାଦୀ ହତ୍ୟା କରିଛନ୍ତି । ଗୋଟିଏ ସପ୍ତାହ ମଧ୍ୟରେ ଦୁଇ ଭାଇଙ୍କ ହତ୍ୟା ପରେ ପିତା ସୋୟମ ଧୁଡଭା ତାଙ୍କ ପରିବାର ସହିତ ଗାଁ ଛାଡ଼ିଛନ୍ତି ।

Leave a Reply

Your email address will not be published. Required fields are marked *