ମାଓବାଦୀଙ୍କ ଭୟଙ୍କର କାଣ୍ଡ। ସହିଦ୍ ସପ୍ତାହରେ ରେଲଓ୍ୱେ ଟ୍ରାକ୍ ଉଡ଼ାଇଲେ ମାଓବାଦୀ। କୋଇଡ଼ାର ବିମଳାଗଡ଼ ସେକ୍ସନ କରମପଦା-ରେଞ୍ଜଡ଼ା ମଝିରେ ଥିବା ଟ୍ରାକ୍ ଉପରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ରେଲଓ୍ୱେ ଟ୍ରାକ୍ ଉଡ଼ାଇଲେ ମାଓବାଦୀ। ଏହି ଘଟଣାରେ ଜଣେ ରେଲୱେ କର୍ମଚାରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ତାଙ୍କୁ ଉଦ୍ଧାର କରାଯାଇ ରାଉରକେଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ଆରପିଏଫ, ସିଆରପିଏଫ୍ ଯବାନ ଓ ରେଳ କର୍ମଚାରୀ ପହଞ୍ଚି ରେଲୱେ ଟ୍ରାକକୁ ଯାଞ୍ଚ କରି ତଦନ୍ତ ଜାରି ରଖିଛନ୍ତି । ଏହି ଘଟଣା ପରେ ଟ୍ରାକରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ପୋଲିସ ଟିମ୍ ପହଞ୍ଚି ତଦନ୍ତ କରୁଛି। ଖୁବଶୀଘ୍ର ଟ୍ରାକ୍ ର ମରାମତି କରାଯାଇ ଟ୍ରେନ୍ ଚଳାଚଳ ସ୍ୱାଭାବିକ କରାଯିବାକୁ ବ୍ୟବସ୍ଥା ଚାଲିଛି। Post navigation ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ଗିରଫ ଭିଜିଲାନ୍ସ ଜାଲରେ ବୌଦ୍ଧ ଏମଭିଆଇ: ଗୋଲାପ ଚନ୍ଦ୍ର ହାଂସଦାଙ୍କ ଅଛି ୩୬ ପ୍ଲଟ