କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସଳାଗୁଡା କୁମ୍ମେମୋଲୁ ଜଙ୍ଗଲରୁ ସର୍ଚ୍ଚ ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଏହି ସର୍ଚ୍ଚ ଅପରେସନ ବେଳେ ସମ୍ପୃକ୍ତ ଜଙ୍ଗଲରୁ ୨ଟି ବନ୍ଧୁକ, ଜିଲୋଟିନ୍, ଡିଟୋନେଟର୍ ଆଦି ଜବତ କରିଛି ବିଏସଏଫ । ୧୩୬ ବାଟାଲିୟନର ଯବାନ୍ ଏହି ଅପରେସନ କରିଥିବା ସୂଚନା ମିଳିଛି । ଜବତ ସମସ୍ତ ସାମଗ୍ରୀ ଗୁଡ଼ିକୁ ବିଏସଏଫ ବାଲିଗୁଡ଼ା ପୋଲିସକୁ ହସ୍ତାନ୍ତର କରିଥିବା ବେଳେ ବର୍ତ୍ତମାନ ସମୟରେ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ବିଏସଏଫ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ଜଣାପଡ଼ିଛି । Post navigation ଆସନ୍ତା ୬ ତାରିଖରେ ଖୋଲିବ ହୀରାକୁଦ ଗେଟ୍ ୨୦୨୬ ଜାନୁଆରୀ ୩୧ ସୁଦ୍ଧା ଆସିବ ନୂଆ ସମବାୟ ନୀତି