ମାଲକାନଗିରିରେ ମାଓ ନେତ୍ରୀ ରାଣୀତା ପ୍ରେସ୍ ବିବୃତ୍ତି ଦେଇ ଆତ୍ମସମର୍ପଣ ନ କରି ଲଢ଼େଇ ଜାରି ରଖିବାକୁ ମାଓବାଦୀଙ୍କୁ କହିଛନ୍ତି । ସାଥୀ କମ୍ରେଡମାନଙ୍କ ବଳିଦାନକୁ ବ୍ୟର୍ଥ ଯିବାକୁ ଦେବୁ ନାହିଁ ବୋଲି ମାଡ ଡିଭିଜନର ସଚିବ ରାଣୀତା କହିଛନ୍ତି । ସରକାରଙ୍କ କୌଣସି ପ୍ରସ୍ତାବକୁ ସହଜରେ ସ୍ୱୀକାର କରିବୁ ନାହିଁ ବୋଲି ରାଣୀତା କହିଛନ୍ତି । ମାଓ ସଂଗଠନ କେବେ ବିଲୁପ୍ତ ହେବ ନାହିଁ, ସଂଘର୍ଷକୁ କେବେ ଭୁଲି ହେବ ନାହିଁ ବୋଲି ପ୍ରେସ ବିବୃତିରେ ସେ ଲେଖିଛନ୍ତି । ସବୁଠି ହିଂସା ଘଟାଇବୁ, ଯେଉଁମାନେ ଅଟକାଇବେ ସେମାନଙ୍କୁ ଦଣ୍ଡ ଦିଆଯିବ ବୋଲି ରଜିତା କହିଛନ୍ତି । ଯେଉଁମାନେ ଆତ୍ମସମର୍ପଣ କରିଛନ୍ତି ସେମାନଙ୍କୁ ଭୀରୁ ବୋଲି ସେ କହିଛନ୍ତି । ସରକାର ଏବଂ ଆତ୍ମସମର୍ପଣ ନକ୍ସଲ ସହ ଆମର ଲଢେଇ ସିଧା ହେବ ବୋଲି ସଚିବ ରାଣୀତା କହିଛନ୍ତି । ତେବେ ଏହି ଚିଠିକୁ ନେଇ ଏବେ ଚାରି ରାଜ୍ୟର ପୁଲିସ ଚିନ୍ତାରେ ପଡିଛନ୍ତି । ମାଓବାଦୀଙ୍କ ମୁଖ୍ୟସ୍ରୋତରେ ସାମିଲ ହେବାର ଶେଷ ସୁଯୋଗ ସରକାର ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରଖିଛନ୍ତି । Post navigation Resort Politics: ଓଡ଼ିଶା କଂଗ୍ରେସ ବିଧାୟକଙ୍କୁ ଭେଟିଲେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର Rajya Sabha Elections: କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗ ଫୋନ୍ ଉଠାଉ ନଥିବା କାଡାମଙ୍କ ସୂଚନା