ଚଳିତ ବର୍ଷ ପ୍ୟାରିସ୍ ଅଲିମ୍ପିକ୍ସରେ ଆଉ ଏକ ପଦକ ପାଇଲା ଭାରତ। ଭାରତର ମନୁ ଭାକର ଏବଂ ସରବଜୋତ୍ ସିଂ ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଦଳ ଇଭେଣ୍ଟରେ କୋରିଆକୁ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛନ୍ତି । ଭାରତ କୋରିଆକୁ ୧୬-୧୦ ରେ ପରାସ୍ତ କରି ଏହି ପଦକ ଜିତିଛି ।

ସ୍ୱାଧୀନତା ପରବର୍ତ୍ତୀ ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଭାରତୀୟ ଭାବେ ମନୁ ଭାକର ଗୋଟିଏ ସଂସ୍କରଣରେ ଦୁଇଟି ପଦକ ଜିତି ରେକର୍ଡ ସୃଷ୍ଟି କରିଛନ୍ତି।

ଅନ୍ୟପଟେ ମନୁ ଭାକର ଏହା ସହ ସୁଶୀଲ କୁମାର ଭାରତୀୟ କୁସ୍ତିଯୋଦ୍ଧା ( ୨୦୦୮ ବେଜିଂ ଅଲିମ୍ପିକ ଓ ୨୦୧୨ ଲଣ୍ଡନ ଅଲିମ୍ପିକ) ଏବଂ ପିଭି ସିନ୍ଧୁ ମହିଳା ବ୍ୟାଡମିଣ୍ଟନ (ରିଓ ଅଲିମ୍ପିକ ୨୦୧୬, ଟୋକିଓ ଅଲିମ୍ପିକ ୨୦୨୦) ଙ୍କ ସହ ସ୍ୱାଧୀନତା ପରଠାରୁ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିବାରେ ତୃତୀୟ ଭାରତୀୟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *