ଭୁବନେଶ୍ୱର: ”ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପାଇଁ ଦେଶରେ ଅଭୁତପୂର୍ବ ଜନଜାଗରଣ ସୃଷ୍ଟି ହୋଇଛି । ଶ୍ରେଷ୍ଠ ଭାରତ, ଶ୍ରେଷ୍ଠ ଓଡ଼ିଶା ଗଠନର ପ୍ରକୃଷ୍ଟ ସମୟ ଆସିଛି । ଓଡିଶାରେ ଛାୟା ସରକାରର ଶାସନ ଚାଲିଛି ଏବଂ ଏହା ବିତାଡିତ ହେବା ଜରୁରୀ । ବର୍ତମାନ ଓଡ଼ିଶାବାସୀ ପରିବର୍ତନ ମୁହାଁ ହୋଇଛନ୍ତି । ସୁଦୃଢ଼ ଭାରତ ଗଠନ ପାଇଁ ସୁଦୃଢ଼ ଓଡ଼ିଶା ଗଠନର ଆବଶ୍ୟକତା ଅଛି । ଓଡ଼ିଶାରେ ଏକଛତ୍ରବାଦୀ ବିଜେଡି ସରକାର ହଟାଇ ଲୋକତନ୍ତ୍ର ସରକାର ଆଣିବା ପାଇଁ ଓଡିଶାବାସୀ ସଂକଳ୍ପ ନେଇଛନ୍ତି । “ଓଡ଼ିଶାରେ ବିଜେପିର ଡବଲ ଇଞ୍ଜିନ” ସରକାର ଗଠନ ହେଲେ ବିକାଶ ଧାରା ତ୍ୱରାନ୍ୱିତ ହୋଇପାରିବ । କୃଷକ, ଗରିବ, ଯୁବକ ଓ ମହିଳା ଗୋଷ୍ଠୀଙ୍କ ପାଇଁ ମୋଦିଜୀଙ୍କ ପ୍ରାଥମିକତା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସାରା ବିଶ୍ୱରେ ସମ୍ମାନିତ କରିଛନ୍ତି । ମୋଦିଜୀଙ୍କ ଆଦର୍ଶ ଏବଂ ମୋଦି ଗ୍ୟାରେଂଟି ପ୍ରତି ଆସ୍ଥା ପ୍ରକଟ କରି ବିଜେଡି ଓ କଂଗ୍ରେସର ନେତା ଓ କର୍ମୀମାନେ ବିଜେପିରେ ମିଶୁଛନ୍ତି” । ଆଜିର ଏହି ମିଶ୍ରଣ ପର୍ବ ପାର୍ଟିର ସଂଗଠନକୁ ଆହୁରି ସୁଦୃଢ କରିବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ବରୀ ବିଧାୟକ  ଦେବାଶିଷ ନାୟକ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ସହ ରବିନ୍ଦ୍ର କୁମାର ବାରିକ, ଶିବପ୍ରସାଦ ବେହେରା, ପ୍ରଫୁଲ୍ଲ ସାମଲ, ଦାମୋଦର ସ୍ୱାଇଁ, କାଳନ୍ଦୀ ଲେଙ୍କା, କମଳାକାନ୍ତ ଜେନା, ମାନସ ସାହୁ, ପ୍ରଭାତ ମହାନ୍ତି, ସୁଶିଲ କୁମାର ଜେନା, ପ୍ରଶାନ୍ତ ତ୍ରିପାଠୀ, ମହେଶ୍ୱର ଭ୍ରଦ୍ରା, ନିହାର ରଞ୍ଜନ ସାହୁ, ଆଲୋକ ସେଠୀ, ଗୌତମ ପ୍ରଧାନ ପ୍ରମୁଖ ବିଜେପିରେ ଯୋଗଦାନ କରିଛନ୍ତି ।

ସେହିପରି ପୂର୍ବତନ ଅତାବିରା ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନିହାର ରଞ୍ଜନ ମହାନନ୍ଦ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦାନ କରିଛନ୍ତି । ତାଙ୍କ ସହ ବରଗଡ ଜିଲ୍ଲା କଂଗ୍ରେସର ପୂର୍ବତନ ଯୁବ ସଭାପତି ସ୍ୱାଧୀନ ରଥ, ସୌମ୍ୟକାନ୍ତ ଦାଶ, ଯୁବ କଂଗ୍ରେସ ନେତା ଉଦେଶ ପ୍ରଧାନ, ରାମୁ ରେଡ୍ଡି, ଜିତୁ ଭୋଇ, ଉସମାନ ଖାନ୍‌, ତପନ ବାଗ୍‌, କାର୍ତିକ ମହାରଣା, ପୂର୍ବତନ କାଉନସିଲର ବଳରାମ ସାହୁ, ଇରା ବାବୁ, କେ ସନ୍ଦିପ, ରିଙ୍କୁ ମହାନନ୍ଦ, ନଇମିଶ ପତି ପ୍ରମୁଖ ଆନୁଷ୍ଠାନିକଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ।

ବିଜୁ ମହିଳା ଜନତା ଦଳର ପୂର୍ବତନ ରାଜ୍ୟ ସାଧାରଣ ସଂପାଦିକା ଶ୍ରୀମତୀ ଜ୍ୟୋସ୍ନାରାଣୀ ଜେନା ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ସହ ରଶ୍ମୀରଞ୍ଜନ ପରିଡା, ସଲମାନ ଖାନ, କପିଳେଶ୍ୱର ସାହୁ, ଦେବସ୍ମୃତି ସ୍ୱାଇଁ, ସୁବ୍ରତ ଜେନା, ପଂକଜ ସ୍ୱାଇଁ, ଜିତେନ୍ଦ୍ର ସାହୁ, ରତ୍ନାକର ପ୍ରଧାନ, ଓମ୍‌ପ୍ରକାଶ ମଲ୍ଲିକ, ଉତ୍କଳ ମହାପାତ୍ର, ମନୋଜ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରତିଷ୍ଠିତ ଡୁମାଣି ଖବରର ମୁଖ୍ୟ ସଂପାଦକ ଅକ୍ଷୟ କୁମାର ପଟ୍ଟନାୟକ, ବିଶିଷ୍ଟ ଆଇନଜୀବି ତଥା ସମାଜସେବୀ ଦୀପକ କୁମାର ସାହୁ, ପିତବାସ ପଣ୍ଡା, ପଦ୍ମଲୋଚନ ନନ୍ଦ, ସୁଶ୍ରୀ ଗାୟତ୍ରୀ ପ୍ରିୟଦର୍ଶୀନି ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ସାମିଲ ହୋଇଛନ୍ତି ।

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ଚାଚେଂରୀ ମାଝୀ, ରାଜେନ୍ଦ୍ର ମାଳୀ, ହରିହର କୁମାର, ପିତାମ୍ବର, ପୁଟେଲ, ରବିନ୍ଦ୍ର କୁମାର ପ୍ରଧାନୀ, ହାଡିବନ୍ଧୁ ନାଏକ, ଯଶୋବନ୍ତ ବେହେରା ଏବଂ ବିଜେଡି ନେତା ବିନୋଦ ଗୈାଡ, ଟଙ୍କଧର କାଦମ୍ବଲା ପ୍ରମୁଖ ଆନୁଷ୍ଠାନିକ ବିଜେପିରେ ସାମିଲ ହୋଇଛନ୍ତି ।

ଜଗତସିଂହପୁର ଜିଲ୍ଲା ବାସିନ୍ଦା ତଥା ଅବସରପ୍ରାପ୍ତ ପ୍ରଶାସକ କୁଳମଣି ବିଶ୍ୱାଳ ଆଜି ବିଜେପିରେ ଯୋଗଦାନ କରିଛନ୍ତି ।

ବିଜେପିରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ରାଜ୍ୟ ସଭାପତି ସାମଲ ଏବଂ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ । ଏହି ଅବସରରେ ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ମନୋଜ ମହାପାତ୍ର, ସୋନାଲୀ ସାହୁ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ ଦାସ, ବରଗଡ ଜିଲ୍ଲା ସଭାପତି ଅଶ୍ୱନି ଷଡଙ୍ଗୀ, ରାଜ୍ୟ କାର୍ଯ୍ୟକାରିନୀ ସଦସ୍ୟ ଡି.ମୁରଲୀକ୍ରିଷ୍ଣା, ଡା.ଅରୁପାନନ୍ଦ ସାହୁ, ଜୟନ୍ତୀ ପଢ଼ିଆରୀ, ଉପାସନା ମହାପାତ୍ର, ରଶ୍ମିରଞ୍ଜନ କାନୁନଗୋ ପ୍ରମୁଖ ଉପସ୍ଥିତ ଥିଲେ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *