ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଶେଷ ହୋଇଛି ରାଜ୍ୟସଭା ନିର୍ବାଚନ । ମଇଦାନରେ ଥିବା ୫ ଜଣ ପ୍ରାର୍ଥୀଙ୍କ ମଧ୍ୟର ୪ ଜଣ ବିଜୟ ଟୀକା ପିନ୍ଧିଛନ୍ତି । ୪ ଜଣଙ୍କ ମଧ୍ୟରୁ ବାଜିମାତ କରିଛନ୍ତି ତିନି ଜଣ ବିଜେପି ସମର୍ଥିତ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାର ଏବଂ ଦିଲ୍ଲୀପ ରାୟ। ସେପଟେ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ସମସ୍ତଙ୍କୁ ଚକମା ଦେଇ ବିଜେଡ଼ି-କଂଗ୍ରେସ ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ହରାଇ ସର୍ବାଧିକ ଭୋଟ୍ ପାଇଁ ବାଜିମାତ କରିନେଇଛନ୍ତି । ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟ ବିଜୟ ହାସଲ କରି ଚହଳ ସୃଷ୍ଟି କରିଥିଲେ, ଯାହା ରାଜ୍ୟସଭା ନିର୍ବାଚନରେ ଅଣ-ଦଳୀୟ ପ୍ରତିଯୋଗୀଙ୍କ ପାଇଁ ଏକ ବିରଳ ସଫଳତା। ତାଙ୍କର ସଫଳତା ରାଜନୈତିକ ମହଲରେ ଯଥେଷ୍ଟ ଆଗ୍ରହ ସୃଷ୍ଟି କରିଛି, ତାଙ୍କର ଦୃଢ଼ ପ୍ରଭାବକୁ ଉଲ୍ଲେଖ କରିଛି ଏବଂ ରାଜ୍ୟର ରାଜନୈତିକ ଦୃଶ୍ୟପଟରେ ଏକ ଗୁରୁତ୍ୱପୂର୍ଣ୍ଣ ବିକାଶକୁ ଚିହ୍ନିତ କରିଛି। ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ପ୍ରାଥମିକ ପର୍ଯ୍ୟାୟ ଗଣତିରେ ମନମୋହନ ସାମଲଙ୍କୁ ୨୯୪୧, ସୁଜିତ କୁମାରଙ୍କୁ ୨୯୪୧ ଓ ସଂତୃପ୍ତ ମିଶ୍ର ୩୧୦୦ ଭୋଟ୍ ମିଳିଛି । ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ସର୍ବନିମ୍ନ ୨୩୦୦ ଭୋଟ୍ ମିଳିଥିବାବେଳେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ସର୍ବାଧିକ ୩୪୧୮ ଭୋଟ୍ ମିଳିଛି । ଅନ୍ୟପଟେ ୧୧ଟି କ୍ରସ୍ ଭୋଟିଂ ହୋଇଥିବା ସୁନିଶ୍ଚିତ ହୋଇଛି । ମନମୋହନ ସାମଲ ଓ ସୁଜିତଙ୍କ ସପକ୍ଷରେ ୩୫ ଲେଖାଏଁ, ସଂତୃପ୍ତ ମିଶ୍ରଙ୍କୁ ୩୧, ଦିଲ୍ଲୀପ ଏବଂ ଦତ୍ତେଶ୍ୱରଙ୍କ ସପକ୍ଷରେ ୨୩ ଖଣ୍ଡ ଲେଖାଏ ଭୋଟ୍ ପଡ଼ିଛି । ତେଣୁ ଆଉ ୧୧ଟି ଭୋଟ୍ କ୍ରସ୍ ଭୋଟିଂ ହୋଇଥିବା ଆକଳନ କରାଯାଉଛି । Post navigation West Bengal Elections: ପଶ୍ଚିମବଙ୍ଗ ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ତାଲିକା ଘୋଷଣା କଲା ବିଜେପି; ମମତାଙ୍କୁ ଟକ୍କର ଦେବେ ଶୁଭେନ୍ଦୁ Rajya Sabha Election: ରାଜ୍ୟସଭା ନିର୍ବାଚନ; ବିଜୟୀ ହେଲେ ବିଜେଡ଼ି ପ୍ରାର୍ଥୀ ସଂତୃପ୍ତ ମିଶ୍ର