ମହାନଦୀ ପ୍ରସଙ୍ଗରେ ଛତିଶଗଡ଼ ସହିତ ଓଡ଼ିଶାର ବିବାଦ ଦୀର୍ଘ ବର୍ଷ ହେଲା ଜାରି ରହିଛି । ଆନ୍ତଃରାଜ୍ୟ ଜଳବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଲେ ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ଓଡିଶା ସ୍ୱାର୍ଥରେ କୌଣସି ସମଝୋତା କରାଯିବ ନାହିଁ । ଓଡିଶାର ସ୍ୱାର୍ଥ ପାଇଁ ଆମେ ଏକଜୁଟ୍ ହୋଇ ଲଢ଼ିବୁ । ଦୀର୍ଘ ଦିନର ସମସ୍ୟାର ସମାଧାନ ସରକାରଙ୍କ ପ୍ରାଥମିକତା ହେବା ଉଚିତ୍ । ନଦୀ ସଂଯୋଗୀକରଣ ହୋଇଥିଲେ ଅସୁବିଧା ହୋଇ ନଥାଆନ୍ତା ।

ସେ ଆଉ ମଧ୍ୟ କହିଛନ୍ତି ବିଗତ ସରକାର ନିଷ୍ଠା ଓ ଆତ୍ମୀୟତାର ସହ ଲାଗିଥିଲେ ଭଲ ହୋଇଥାନ୍ତା । ଧାରଣାରେ ସମୟ ନଷ୍ଟ ନ କରି ନିଷ୍ଠାର ସହ ଲାଗିଥିଲେ ଭଲ ହୋଇଥାନ୍ତା ।

Leave a Reply

Your email address will not be published. Required fields are marked *