ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେଡି ନେତା ରାଜା ଚକ୍ରଙ୍କ ଓକିଲ ସୀତାଂଶୁ ଦ୍ୱିବେଦୀଙ୍କ ନାଁରେ ବାଲେଶ୍ୱର ଏସ୍ଡିଜିଏମ୍ଙ୍କ କୋର୍ଟରେ ମାନହାନି ମୋକଦ୍ଦମା ଦାୟର କରିଛନ୍ତି । ଆର୍ଥିକ ଅନିୟମିତତା ମାମଲାରେ କ୍ରାଇମ୍ବ୍ରାଞ୍ଚ ଇଓଡବ୍ଲ୍ୟୁ ଦ୍ବାରା ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ବିଜେଡି ନେତା ରାଜା ଚକ୍ରଙ୍କ ଓକିଲ ଭାଜପା ରାଜ୍ୟ ମୁଖ୍ୟଙ୍କ ନାମରେ ଥିବା ବ୍ୟାଙ୍କ ଆକାଉଣ୍ଟରେ ୫୩ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ୫୦ ଲକ୍ଷ ଟଙ୍କା ଆର୍ଟିଜିଏସ ମାଧ୍ୟମରେ ଓ ୧୫ ଲକ୍ଷ ଟଙ୍କା ସ୍ଥାନୀୟ ପ୍ରତିନିଧିଙ୍କୁ ଦିଆଯାଇଥିବା କହିଥିଲେ । ତେବେ ରାଜ୍ୟରେ ବିଜେପିକୁ ନିନ୍ଦିତ କରିବା ଲାଗି ଉଦ୍ଦେଶ୍ୟମୂଳକ ଭାବେ ସୌମ୍ୟଶଙ୍କର ଚକ୍ର ଓରଫ ରାଜାଙ୍କ ଓକିଲ ସୀତାଂଶୁ ବୟାନବାଜି କରିଥିବା ମନମୋହନ କହିଛନ୍ତି । Post navigation ଦୀଘା ଜଗନ୍ନାଥ ମନ୍ଦିର ବିବାଦ: ଅପରାହ୍ନରେ ବୈଠକ ଡାକିଛି ଶ୍ରୀମନ୍ଦିର ପ୍ରଶାସନ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଜୁନ୍ ୧୭ ସୁଦ୍ଧା ଆସିବ ଚୂଡ଼ାନ୍ତ ରାୟ